
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଭାରତୀୟ ଜୀବନ ବୀମା ନିଗମ ଛତ୍ରପୁର ଶାଖାର ବରିଷ୍ଠ ସହାୟକ ରବୀନ୍ଦ୍ର ରଥଙ୍କୁ ଛତ୍ରପୁର ଏଲ୍.ଆଇ.ସି. ଅଫିସ୍ ପରିସରରେ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି । ମୁଖ୍ୟ ଶାଖା ପରିଚାଳକ ଏନ୍. ଜିତେନ୍ଦ୍ରଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଶାଖା ଅଧିକାରୀ, ଉନ୍ନୟନ ଅଧିକାରୀ, କର୍ମଚାରୀ ଓ ଅଭିକର୍ତ୍ତାଙ୍କ ପକ୍ଷରୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଶ୍ରୀ ରଥ ଜୀବନ ବୀମା ନିଗମରେ ୩୬ ବର୍ଷରୁ ଅଧିକ ସମୟ କାର୍ଯ୍ୟକାଳ ଅତିବାହିତ କରି ବୀମାଧାରୀଙ୍କୁ ଉତ୍ତମ ସେବା ପ୍ରଦାନ କରିଆସିଛନ୍ତି । ତାଙ୍କର ଅବସର ପରବର୍ତ୍ତୀ ସମୟ ସୁସ୍ଥ ଓ ସୁନ୍ଦର ଜୀବନ କାମନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ହେଚ୍ ଜି.ଏ. ସୁରେଶ ଚନ୍ଦ୍ର ତ୍ରିପାଠୀ ଓ ସୁନୀଲ କୁମାର ପଟ୍ଟନାୟକଙ୍କ ସମେତ ସମସ୍ତ ବରିଷ୍ଠ ଅଧିକାରୀ, କର୍ମଚାରୀ, ଉନ୍ନୟନ ଅଧିକାରୀ ଓ ଅଭିକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ ।