jayashree

ଶିକ୍ଷକ ମହାସଂଘର ସ୍ରଷ୍ଟା ଅବନୀ ବରାଳଙ୍କ ୯୨ ତମ ଜୟନ୍ତୀ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ନିଖିଳ ଉତ୍କଳ ଶିକ୍ଷକ ମହାସଂଘର ସ୍ରଷ୍ଟା ଅବନୀ ବରାଳଙ୍କ ୯୨ ତମ ଜନ୍ମ ଜୟନ୍ତୀ ଗଞ୍ଜାମ ଜିଲ୍ଲା ତରଫରୁ ପାଳିତ ହୋଇ ତାଙ୍କରି ଉଦ୍ଦେଶ୍ୟରେ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ବ୍ରହ୍ମପୁରସ୍ଥ ପ୍ରେମନଗର ସ୍ଥିତ ଓଷ୍ଟା କାର୍ଯ୍ୟାଳୟ ପରିସରରେ ପାଳିତ ଏହି କାର୍ଯ୍ୟକ୍ରମରେ ମହାସଙ୍ଘର ଜିଲ୍ଲା ସଭାପତି ଅଧ୍ୟାପକ ସଞ୍ଜୟ କୁମାର ଷଡ଼ଙ୍ଗୀ ଏହି ଉତ୍ସବରେ ସଭାପତିତ୍ୱ କରିଥିଲେ । ସମ୍ପାଦକ ଅଶୋକ କୁମାର ଦଳେଇ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ମୁଖ୍ୟଅତିଥି ରୂପେ ନିଖିକ ଉତ୍କଳ ଶିକ୍ଷକ ମହାସଙ୍ଘର ଅଧ୍ୟକ୍ଷ, ବରିଷ୍ଠ ଶିକ୍ଷକ ନେତା କାମରାଜୁ ମହାରଣା ମୁଖ୍ୟଅତିଥି ରୂପେ ଯୋଗଦେଇ ଶିକ୍ଷକ ମହାସଙ୍ଘର ଇତିହାସ, ଆନ୍ଦୋଳନ, ଦାବି ହାସଲର ଇତିବୃତ୍ତି ସହ ନୂତନ ଅନୁଦାନ ଆଇନ ପ୍ରଚଳନ, ସୁପ୍ରିମ କୋର୍ଟର ନିର୍ଦ୍ଦେଶ ପାଳନରେ ଟାଳଟୁଳ ନୀତି ସମ୍ବନ୍ଧରେ ବିବରଣୀ ପ୍ରଦାନ କରି ଶିକ୍ଷକମାନେ ଏକତା ଓ ସଂହତି ରକ୍ଷା କରିବା ପାଇଁ ଆହ୍ୱାନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷକ ନେତା ରାଜେନ୍ଦ୍ର କୁମାର ପଣ୍ଡା, ସୋମନାଥ ସାହୁ, ପ୍ରାଧ୍ୟାପକ ପ୍ରଶାନ୍ତ ପାତ୍ର ( ୪୮୮କଲେଜ ଶିକ୍ଷକ ସଂଘ ), ଅବସର ପ୍ରାପ୍ତ ଅଧ୍ୟକ୍ଷ ଲୋକନାଥ ପରିଡା, ଦିଲ୍ଲୀପ କୁମାର ତ୍ରିପାଠୀ, କୈଳାଶ ବେହେରା, ବିପ୍ର ଚରଣ ଚୌଧୁରୀ, ବଳରାମ ବାରିକ ପ୍ରମୁଖ ଯୋଗଦେଇ ଅବନୀ ବରାଳଙ୍କ ପ୍ରତି ସ୍ମୃତିଚାରଣ କରି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ସର୍ବୋପରି ଶିକ୍ଷକମାନଙ୍କ ମଧ୍ୟରେ ଏକତା ରକ୍ଷା କରିବା ପାଇଁ ପରାମର୍ଶ ଦିଆଯାଇଛି । ଶେଷରେ ଯୁଧିଷ୍ଠିର ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.