jsm

ଗ୍ରନ୍ଥାଧ୍ୟକ୍ଷଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

csstore

ଭଦ୍ରକ : ଭଦ୍ରକ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ କାର୍ଯ୍ୟାଳୟରେ କାର୍ଯ୍ୟରତ ଗ୍ରନ୍ଥାଗାରିକ ଶେକ୍ ମୋଇନ ଆଜି ତାଙ୍କ ଚାକିରି ଜୀବନରୁ ସେବା ନିବୃତ୍ତ ହୋଇଛନ୍ତି । ଏଥି ନିମନ୍ତେ ତାଙ୍କୁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ କାର୍ଯ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି । ଶେକ ମୋଇନ ୧୯୮୯ ମସିହାରେ ଯାଜପୁର ଜିଲ୍ଲାରୁ ତାଙ୍କ ଚାକିରି ଜୀବନ ଆରମ୍ଭ କରିଥିଲେ । ପରେ ସେ ବରଗଡ, ମୟୁରଭଂଜରେ ଚାକିରି କରି ୨୦୧୧ ମସିହାରୁ ଭଦ୍ରକ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ କାର୍ଯ୍ୟାଳୟରେ ଯୋଗ ଦେଇଥିଲେ । ତାଙ୍କ ଅମାୟିକ ବ୍ୟବହାର, କାର୍ଯ୍ୟ ଦକ୍ଷତା, ସମୟାନୁବର୍ତ୍ତିତା ପାଇଁ ସେ କାର୍ଯ୍ୟାଳୟର ସମସ୍ତଙ୍କ ପ୍ରିୟ ହୋଇଥିବା ବେଳେ କାର୍ଯ୍ୟାଳୟକୁ ଆସୁଥିବା ସମସ୍ତ ପାଠକଙ୍କ ପ୍ରିୟଭାଜନ ହୋଇଥିଲେ । ଆଜି କାର୍ଯ୍ୟାଳୟ ପରିସରରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଗୋଲଖ ଚନ୍ଦ୍ର ବେହେରା, କର୍ମଚାରୀ ତାପସ ନାୟକ, ମୀନାକ୍ଷି ଗରାବଡୁ, ସୁକାନ୍ତ ସାହୁ, ସୁରେଶ ତ୍ରିପାଠୀ, ଅଜୟ ନାୟକ, ସନ୍ତୋଷ, ରଙ୍ଗାଧର ପ୍ରମୁଖ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିବା ସହିତ ତାଙ୍କ ଦୀର୍ଘ ନିରାମୟ ଜୀବନ କାମନା କରିଥିଲେ ।

yuvodaya
Leave A Reply

Your email address will not be published.