csstore

ସହକାରୀ ପରିଚାଳକଙ୍କ ସେବା ନିବୃତ ସମ୍ଵର୍ଦ୍ଧନା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ସମ୍ମଳିତ ପୁରୀ ନିମାପଡା କେନ୍ଦ୍ର ସମବାୟ ବ୍ୟାଙ୍କ ଡେଲାଙ୍ଗ ଶାଖାର ସହକାରୀ ପରିଚାଳକ ବାସୁଦେବ ମହାନ୍ତିଙ୍କୁ ଅବସରକାଳୀନ ବିଦାୟ ସମ୍ଵର୍ଦ୍ଧନା ଦିଆଯାଇଛି ।ଏହି ଅବସରରେ ଡେଲାଙ୍ଗ ଶାଖା ପରିଚାଳକ ସନ୍ତୋଷ କୁମାର ପଟ୍ଟନାୟକଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ଅବସରକାଳୀନ ସମ୍ଵର୍ଦ୍ଧନା ଉତ୍ସବରେ ପୁରୀ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି କିଶୋର ଚନ୍ଦ୍ର ଛୋଟରାୟ, ସମବାୟ ବ୍ୟାଙ୍କ ନିର୍ଦ୍ଦେଶକ ଚିତ୍ରସେନ ନିଶଙ୍କ, ବରିଷ୍ଠ ସମବାୟବିତ୍ ତଥା କର୍ମଚାରୀ ସଂଘ ପୁରୀ ଜିଲ୍ଲା ସଭାପତି ବୈରାଗୀ ଜେନା, କର୍ମଚାରୀ ସଂଘ ସାଧାରଣ ସମ୍ପାଦକ ଲକ୍ଷ୍ମୀନାରାୟଣ ମିଶ୍ର, ଅସ୍ତରଙ୍ଗ ଶାଖା ପରିଚାଳକ ସୂର୍ଯ୍ୟକାନ୍ତ ବାରିକ, କଣାସ ଶାଖା ପରିଚାଳକ ଦାମୋଦର ମୁଦୁଲିଙ୍କ ସମେତ ଡେଲାଙ୍ଗ ଶାଖା ଅନ୍ତର୍ଗତ ସମସ୍ତ ୨୦ଟି ସମବାୟ ସମିତିର ସମ୍ପାଦକମାନେ ଯୋଗଦେଇ ବାସୁଦେବ ମହାନ୍ତିଙ୍କ ଚାକିରି ଜୀବନରେ କାର୍ଯ୍ୟଦକ୍ଷତା ସହଯୋଗୀତା ମନୋବୃତ୍ତିକୁ ଭୁୟଂସି ପ୍ରଶଂସା କରିଥିଲେ ।

jayashree
Leave A Reply

Your email address will not be published.