csstore

ପାଇକମାଲ ବିନ୍ଧ୍ୟବାସିନୀ ସ୍ନାତକ ମହାବିଦ୍ୟାଳୟରେ ବିଦାୟ ସମ୍ବର୍ଦ୍ଧନା ସମାରୋହ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବିନ୍ଧ୍ୟବାସିନୀ ସ୍ନାତକ ମହାବିଦ୍ୟାଳୟରେ ଅଧ୍ୟକ୍ଷ ଲୋହିତ କୁମାର ବାରିକଙ୍କ ଅଧ୍ୟକ୍ଷତାରେ ବିଦାୟ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଛି । ଉକ୍ତ ସଭାରେ ଅଧ୍ୟକ୍ଷ ଶ୍ରୀ ବାରିକଙ୍କ ସମେତ ଅଧ୍ୟାପକ ପ୍ରଭାତ କୁମାର ବିଶ୍ୱାଳ, ପ୍ରଦୀପ କୁମାର ଦେୱାନ, ଅଧ୍ୟାପିକା ମୀନା କୁମାରୀ ସାହୁ ଅତିଥି ଭାବେ ମଞ୍ଚାସୀନ ଥିଲେ । ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ଦୃଢ଼ତାର ସହ କାର୍ଯ୍ୟ କରି ସଫଳତା ହାସଲ କରିବା ହିଁ ଶିକ୍ଷାର୍ଥୀର ଲକ୍ଷ୍ୟ ବୋଲି ଅଧ୍ୟକ୍ଷ ଶ୍ରୀ ବାରିକ କହିଥିବା ବେଳେ ସର୍ବଦା କର୍ମନିଷ୍ଠ ହୋଇ ମହତ୍ କାର୍ଯ୍ୟ କରି ଏକ ସଫଳ ସାମାଜିକ ମଣିଷ ହେବା ପାଇଁ ମଞ୍ଚାସୀନ ଅତିଥିମାନେ ଛାତ୍ରଛାତ୍ରୀ ମାନଙ୍କୁ ପ୍ରେରଣା ଦେଇଥିଲେ । ଛାତ୍ରଛାତ୍ରୀମାନେ ମଧ୍ୟ ମହାବିଦ୍ୟାଳୟରେ ବିତାଇଥିବା ମୁହୂର୍ତ୍ତକୁ ମନେ ପକାଇ ତାଙ୍କ ଅନୁଭୂତି ବଖାଣିଥିଲେ । ଶେଷ ବର୍ଷର ଛାତ୍ରଛାତ୍ରୀ ତାଙ୍କ ତିନି ବର୍ଷର ଅଭିଜ୍ଞତା ଓ ଅନୁଭୂତି ବ୍ୟକ୍ତ କରିବା ସହ ମହାବିଦ୍ୟାଳୟରେ ଏକ ସୁସ୍ଥ ସୁନ୍ଦର ପରିବେଶ ସୃଷ୍ଟି କରିବା ପାଇଁ ଭାଇ ଭଉଣୀମାନଙ୍କୁ ପ୍ରେରଣା ଦେଇଥିଲେ । ଦ୍ୱିତୀୟ ବର୍ଷ ଛାତ୍ର ସୁରଜ ପ୍ରଧାନ ମଞ୍ଚ ପରିଚାଳନା କରିଥିବା ବେଳେ ଛାତ୍ରୀ ପ୍ରିୟଙ୍କା ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଅଧ୍ୟାପକ ଦେବରାଜ ସାହୁ, ଦେବାଶିଷ ଭଏନା, ଅଭିନାଶ ମହାପାତ୍ର, ଅଙ୍କିତ ଦାସ, ଅଧ୍ୟାପିକା ପୁଷ୍ପ ମଞ୍ଜରୀ ପ୍ରଧାନ, ଝରଣା ପ୍ରଧାନ, ଅଞ୍ଜଳି ବାଗ ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମଟିକୁ ସଫଳ କରିବାରେ କର୍ମଚାରୀମାନେ ସହଯୋଗ କରିଥିଲେ । ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

jayashree
Leave A Reply

Your email address will not be published.