pr

ବଙ୍ଗୋମୁଣ୍ଡା ସିଭିଲ କୋର୍ଟର ତୃତୀୟ ପ୍ରତିଷ୍ଠା ଦିବସ ସମାରୋହ

dr. purohit

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଓକିଲ ସଂଘ ପକ୍ଷରୁ ସିଭିଲ୍‌ କୋର୍ଟର ତୃତୀୟ ପ୍ରତିଷ୍ଠା ଦିବସ ସମାରୋହ ପାଳିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଥମେ ପ୍ରଭୁ ଶ୍ରୀ ଗଣେଶଙ୍କ ଫଟୋ ଚିତ୍ରରେ ପୂଜାର୍ଚ୍ଚନା କରାଯିବା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ବଙ୍ଗୋମୁଣ୍ଡା ଓକିଲ ସଂଘର ସଭାପତି ସୁଧା ଦାସଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜି ସବଜଜ୍ ପରିଶୋତ ସେଠି, ସମ୍ମାନିତ ଅତିଥି ଭାବେ ବଙ୍ଗୋମୁଣ୍ଡା ଜେଏମ୍‌ଏଫ୍‌ସି ବିଚାରପତି ଶୁଭମ୍ କାନୁନଗୋ, ବରିଷ୍ଠ ଆଇନଜୀବୀ ବିଷ୍ଣୁପ୍ରସାଦ ଶର୍ମା, ସରକାରୀ ଓକିଲ ବାସୁଦେବ ରାୟ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ସମ୍ପାଦକ ପଦ୍ମଲୋଚନ ସାହୁ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏଥିରେ ଉପସଭାପତି କୈଳାଶ ବିଶ୍ୱାଳ, ସହ ସମ୍ପାଦକ ବୁଦ୍ଧଦେବ ଭରାସଗରିଆ, କୋଷଧ୍ୟକ୍ଷ ସନ୍ତୋଷ ପୁରୋହିତ, ସଦସ୍ୟ ହେମନ୍ତ କୁମାର ନାଏକ, ନଳିନୀ ମେହେର, ସୌଦାଗର ସାହୁ, ପ୍ରଦୀପ ଶର୍ମା, ଭବାନୀଶଙ୍କର ରାଓଙ୍କ ସହ ସମସ୍ତ ଆଇନଜୀବୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ।

nrusinghnath
Leave A Reply

Your email address will not be published.