ସମାଜସେବୀଙ୍କ ହସ୍ତକ୍ଷେପ ପରେ ଚନାଖାଇ ନାଏକ ପାଇଲେ ହୁଇଲ ଚେୟାର

ଗୋଲାମୁଣ୍ଡା, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଖମାରହଳଦୀ ଗାଁରେ ରୁହନ୍ତି ଜଣେ ଦିବ୍ୟାଙ୍ଗ ଅସହାୟ ମହିଳା ଚନାଖାଇ ନାଏକ । ସେ କିଛି ବର୍ଷ ତଳେ ପକ୍ଷଘାତ ରୋଗରେ ପୀଡିତ ହୋଇଥିଲେ । ସେହିଦିନ ଠାରୁ ସେ ଭଲଭାବରେ ଚାଲି ପାରୁନାହାନ୍ତି । ସେ ବାହାରକୁ ଯିବା ଆସିବା ପାଇଁ ବହୁତ ଅସୁବିଧାର ସମ୍ମୁଖୀନ ହେଉଥିଲେ । ଏହି ସମସ୍ୟା ବିଷୟରେ ସ୍ଥାନୀୟ ସାମ୍ବାଦିକ ରାମକୁମାର ସେନାପତି ଯୁବ ସମାଜସେବୀ ଯଶୋବନ୍ତ ରଣାଙ୍କୁ ଜଣାଇଥିଲେ । ସମସ୍ୟା ବିଷୟରେ ଜାଣିଲା ପରେ ଏହି ସମସ୍ୟାକୁ ଜିଲ୍ଲା ଭିନ୍ନକ୍ଷମ ଓ ସଶକ୍ତିକରଣ ବିଭାଗକୁ ଜଣାଇ ଚନାଖାଇ ନାଏକଙ୍କୁ ଗୋଟିଏ ହୁଇଲ ଚେୟାର ପ୍ରଦାନ କରିବାକୁ ନିବେଦନ କରିଥିଲେ । ଅଭିଯୋଗକୁ ଗ୍ରହଣ କରି ଡ଼ିଏସ୍‌ଏସ୍‌ଓଙ୍କ ନିର୍ଦ୍ଦେଶରେ ଗୋଲାମୁଣ୍ଡା ବ୍ଲକ ପ୍ରଶାସନ ପକ୍ଷରୁ ଚନାଖାଇଙ୍କୁ ଏକ ହୁଇଲ ଚେୟାର ପ୍ରଦାନ କରିଛନ୍ତି । ହୁଇଲ ଚେୟାର ପାଇଲା ପରେ ଚନାଖାଇ ବହୁତ ଖୁସି ଥିବା କହିଛନ୍ତି । ସମାଜସେବୀ ଯଶୋବନ୍ତ ରଣା ଓ ରାମକୁମାର ସେନାପତିଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Leave A Reply

Your email address will not be published.

five + thirteen =