pakka

ବିଜେଡି ତରଫରୁ କଣ୍ଟାବାଞ୍ଜିରେ ମହିଳା ସମାବେଶ : ଆୟୁବ ଖାଁଙ୍କୁ ବିଜେଡି ଟିକେଟ୍‌ ଦେବା ପାଇଁ ଉଠିଲା ଦାବି

bbehera

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବିଜେଡି ତରଫରୁ ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସ୍ଥିତ ସରାଇଠାରେ ଏକ ମହିଳା ସମାବେଶର ଆୟୋଜନ କରାଯାଇଛି । ଏହି ସମାବେଶରେ କଣ୍ଟାବାଞ୍ଜି ବିଜେଡି ମହିଳା ମୋର୍ଚ୍ଚା ସଭାପତି ସାଲିନି ଜୈନଙ୍କ ନେତୃତ୍ୱରେ ଆୟୋଜନ କରାଯାଇଛି । ଏହି ସମାବେଶରେ ମୁଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜି ପୂର୍ବତନ ବିଧାୟକ ହାଜି ମହମ୍ମଦ ଆୟୁବ ଖାଁ ଯୋଗ ଦେଇଥିଲେ । ଏହି ସମାବେଶରେ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ଶତାଧିକ ମହିଳା ଯୋଗଦାନ କରିଥିଲେ । ଏହି ସମାବେଶରେ ମହିଳାମାନଙ୍କ ପାଇଁ ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକ କଲ୍ୟାଣକାରୀ ଯୋଜନା ଗୁଡିକ ବିଷୟରେ ମହିଳାମାନଙ୍କୁ ମୁଖ୍ୟ ଅତିଥି ଅବଗତ କରାଇଥିଲେ । ଆୟୁବ ଖାଁଙ୍କୁ ବିଜେଡି ଟିକେଟ୍‌ ଦେବା ପାଇଁ କର୍ମୀମାନେ ଦାବି କରିଥିଲେ । ରାଜ୍ୟ ବିଜେଡି ମହିଳା ମୋର୍ଚ୍ଚା ଉପସଭାପତି ଗୋପା ମହାନନ୍ଦ, ମୁରିବାହାଲ ବ୍ଲକ ଉପାଧ୍ୟକ୍ଷ ଯାଜ୍ଞସେନି ହାତୀ, ପ୍ରୀତି ଜେନ, ପୂର୍ବତନ ୱାର୍ଡ ମେମ୍ବର ସସ୍ମିତା ସିଂ, ସିମ୍‌ରନ୍ କଉଁର ପ୍ରମୁଖ ଉପସ୍ଥିତ ଥିଲେ । ଏହି ସମାବେଶରେ ମନୋଜ ସାହୁ ମଞ୍ଚ ପରିଚାଳନା କରିଥିଲେ । ଏଥିରେ ବହୁ ମହିଳା ବିଜେଡି କର୍ମୀମାନେ ଉପସ୍ଥିତ ଥିଲେ ।

jay balangir
Leave A Reply

Your email address will not be published.

twenty − four =