csstore

କେରମେଲି ପଂଚାୟତରେ ଆର୍ଥିକ ସାକ୍ଷରତା ସପ୍ତାହ କର୍ମଶାଳା

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ କେରମେଲି ପଂଚାୟତ ପରିସରରେ ସଇଁନ୍ତଲା ଭାରତୀୟ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ଆର୍ଥିକ ସପ୍ତାହ ସାକ୍ଷରତା ସପ୍ତାହ ୨୦୨୧ କର୍ମଶାଳା ଅନୁଷ୍ଠିତ ହୋଇଥିବା ବେଳେ ଏହି କାର୍ଯ୍ୟକ୍ରମରେ ବିପିଏମ ମଧୁଶ୍ମିତା ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ବଲାଙ୍ଗିର ଆରବିଓ ଜୟ ପ୍ରକାଶ ଦାସ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିବା ବେଳେ ସଇଁନ୍ତଲା ବ୍ୟାଙ୍କ ମ୍ୟାନେଜର ମାନ ଭଞ୍ଜନ ସ୍ୱାଇଁ, ଏଫଆଇସି ଓମ ପ୍ରକାଶ ମୁଣ୍ଡ, କୈକେଇ ରଣା, ବ୍ୟାଙ୍କ ମିତ୍ର ତେଜସ୍ୱନୀ ଦାସ ପ୍ରମୁଖ ଯୋଗଦେଇ ଥିଲେ । ତେବେ ଏହି କର୍ମଶାଳାରେ କୌଣସି ବ୍ୟକ୍ତି ଦୁର୍ଘଟଣାରେ ମୃତ୍ୟୁ ବରଣ କରେ, ସେ ଯଦି ୧୨ ଟଙ୍କା ଓ ୩୩୦ ଟଙ୍କାର ବ୍ୟାଙ୍କରେ ବୀମା କରିଥିବ ତେବେ କିଛି ଆର୍ଥିକ ଟଙ୍କା ମିଳିବ ପାରିବ ବୋଲି ଏହି ଆର୍ଥିକ ସାକ୍ଷରତା ସପ୍ତାହ କର୍ମଶାଳରେ ଆଲୋଚନା କରାଯାଇଥିଲା । ତେବେ ଏହା ସହିତ ଅଟଳ ପେନସନ ଯୋଜନା, ସୁକନ୍ୟା ସମୃଦ୍ଧି ଯୋଜନା, ବ୍ୟାଙ୍କ ଋଣ ଓ ଋଣ ସୁଝିବା ନିୟନ ଉପରେ ଗ୍ରାମାଂଚଳ ଗୁଡିକରେ ପହଂଚି ପାରୁନ ଥିବା ନେଇ ମଧ୍ୟ ଅଭିଯୋଗ ହୋଇଥିଲା । ତେବେ ଏହି କର୍ମଶାଳାରେ ବିଭିନ୍ନ ପଂଚାୟତର ଏସଏଚଜି ମହିଲା ଗୋଷ୍ଠିର ସଦସ୍ୟାମାନେ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.