jsm

‘ମୋ ଝିଅକୁ ବଞ୍ଚାଇଦିଅ…… ମତେ ସାହାଯ୍ୟ କର, ମୋ ଝିଅକୁ କେନ୍ସର ହୋଇଛି’

csstore

ବରଗଡ, (ନିରୋଜ କୁମାର ପାଣୀ) : ବୃଦ୍ଧା ମା’ ଟି କୋହଭରା କାନ୍ଦ ସହିତ ହାତଯୋଡି ଜନସାଧାରଣଙ୍କୁ ସାହାଯ୍ୟର ଭିକ୍ଷା ମାଗୁଛନ୍ତି, କାନ୍ଦି କାନ୍ଦି ସରକାରଙ୍କୁ କାକୁତି ମିନତୀ କରିଛନ୍ତି ମୋ ଝିଅକୁ ବଞ୍ଚାଇଦିଅ, ଟିକେ ସାହାଯ୍ୟ କର । ରୋଜଗାରକ୍ଷମ ୩୦ ବର୍ଷର ଝିଅକୁ କେନ୍ସର ରୋଗ ହେବାପରେ ଗରିବ ପରିବାର ଉପରେ ଦୁଃଖର ପାହାଡ ପଡି ଯାଇଛି । ଗୋଟେ କୁଡିଆ ଘରେ ୮ ଜଣ ସଦସ୍ୟ ଦୁଃଖ କଷ୍ଟରେ ରହି ଦିନ କାଟୁଥିଲେ ମଧ୍ୟ କେବେ ବି କାହା ପାଖରେ ହାତ ପତାଇ ନଥିବା ଗରିବ ପରିବାର ଏବେ କିନ୍ତୁ ଆଉ କୌଣସି ଉପାୟ ନପାଇ ଲୋକଙ୍କ ସାହାଯ୍ୟ ଲୋଡିଛନ୍ତି କେନ୍ସର ରୋଗ ସହିତ ଲଢିବା ପାଇଁ । ବରଗଡ଼ ୧୫ ନମ୍ବର ୱାର୍ଡ଼ ଗଣେଶ ମନ୍ଦିର ନିକଟରେ ଗୋଟେ କୁଡ଼ିଆ ଭିତରେ ବାସ କରନ୍ତି ୮ ଜଣ ସଦସ୍ୟ । ପରିବାର ପୋଷଣ ପାଇଁ ରୋଜଗାର କରୁଥିଲେ ଦୁଇ ଭାଇ ଭଉଣୀ । ଭାଇ ଶ୍ୟାମ ସୁନ୍ଦର ସୁନା ଜଣେ ପେଣ୍ଟର ଭାବେ କାମ କରି ଦୁଇ ପଇସା ରୋଜଗାର କରୁଥିବା ବେଳେ ତାଙ୍କ ୩୦ ବର୍ଷର ଭଉଣୀ ସୁନିତା ସୁନା ବରଗଡ଼ର ଏକ କପଡ଼ା ଦୋକାନରେ କାମ କରି ପରିବାରକୁ ସାହାଯ୍ୟ କରୁଥିଲେ । ଆଜି କିନ୍ତୁ ସୁନିତା କେନ୍ସର ରୋଗରେ ଆକ୍ରାନ୍ତ ହୋଇ ଗୁରୁତର ଅବସ୍ଥାରେ ଥିବା ବେଳେ ଆଉ ପରିବାରକୁ ସାହାଯ୍ୟ କରି ପାରୁନାହାନ୍ତି ଏପରିକି ଭାଇ ନିଜେ ମଧ୍ୟ ଭଉଣୀର ଚିକିତ୍ସା ପାଇଁ ଘରର ସମସ୍ତ ସାମଗ୍ରୀ ବିକ୍ରି କରି ଦେଇ ହାତ ଖାଲି କରି ଦେଇଛନ୍ତି । ଘରେ ୪ ଜଣ ପିଲାଛୁଆଙ୍କ ପାଇଁ ପେଟପୂରା ଖାଦ୍ୟ ଯୋଗେଇ ଦେବା ଅସମ୍ଭବ ହୋଇପଡିଛି ଏହି ପରିବାର ପାଇଁ । ଅନ୍ୟପଟେ ଏପରି ଦୁଃଖଦ ପରିସ୍ଥିତିରେ ରାସ୍ତା କଡରେ ରହୁଥିବା ତାଙ୍କ କୁଡିଆ ଘରକୁ ପ୍ରଶାସନ ପକ୍ଷରୁ ଭାଙ୍ଗି ଦିଆଯାଇଥିଲା । ଶେଷରେ ବହୁ କଷ୍ଟରେ ଅର୍ଦ୍ଧ ନିର୍ମିତ ଜରିପାଳ ଘରେ ପରିବାରର ୮ ଜଣ ସଦସ୍ୟ ରହୁଛନ୍ତି । ସୁନିତାଙ୍କର ପେଟରେ କେନ୍ସର ହୋଇଥିବା ବେଳେ ତାଙ୍କ ଅବସ୍ଥା ଗୁରୁତର ରହିଛି ଏବଂ ସେ ବର୍ତମାନ ବୁର୍ଲାରେ ଭର୍ତ୍ତି ହୋଇଛନ୍ତି । ସୁନିତାଙ୍କୁ O+ ରକ୍ତ ଦରକାର ଥିବାବେଳେ ସଂକଳ୍ପ ପରିବାର ବୁର୍ଲାରେ ରକ୍ତ ଯୋଗେଇ ଦେଇଛି । ଅତି ଶୋଚନୀୟ ଅବସ୍ଥାରେ ଜୀବନ ଅତିବାହିତ କରୁଥିବା ଏହି ପରିବାରକୁ ଯଦି କୌଣସି ସହୃଦୟ ବ୍ୟକ୍ତି ଆର୍ଥିକ ସାହାଯ୍ୟ କରିବାକୁ ଚାହାନ୍ତି ତେବେ ସୁନିତା ସୁନାଙ୍କ ଭାଉଜ ଅନୁଶୟା ସୁନାଙ୍କ ଆକାଉଣ୍ଟ ନମ୍ବର ୫୫୮୫୧୦୧୧୦୦୧୧୫୩୮ (IFSCBKID0005585)ରେ ଅର୍ଥ ଦାନ କରି ପାରିବେ ବରଗଡ ସଂକଲ୍ପ ପରିବାର ପକ୍ଷରୁ ଅନୁରୋଧ କରାଯାଇଛି ।

yuvodaya
Leave A Reply

Your email address will not be published.