ରାଉରକେଲା/କଟକ, (ସସ୍ମିତା ପ୍ରଧାନ) : ଓଡିଶା ଚଳଚ୍ଚିତ୍ର ସହକଳାକାର ସଂଘ ଓ ଇଣ୍ଡିଆନ ଅଏଲର ମିଳିତ ଆନୁକୂଲ୍ୟରେ ପରିବେଶ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ୱାକାଥନ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଉଦଘାଟକ ଭାବେ ଓଡିଶା ଚଳଚ୍ଚିତ୍ର ସହାକାଳର ସଂଘର ସଭାପତି ଶାରଦା ପ୍ରାସାଦ ମହାନ୍ତି ଓ ଉପସଭାପତି ଦିଲ୍ଲୀପ କୁମାର ଦାସ ୱାକାଥନକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମରେ ଓଡିଶା ସହ କଳାକାର ସଂଘର ସମ୍ପାଦକ ଅଶୋକ କୁମାର ଦାସ, ସହ ସମ୍ପାଦକ ପ୍ରଦୀପ କୁମାର ଧଳ ନ୍ୟାସୀ ପରେଶ ଦଳାଇ, ନିରଞ୍ଜନ ପରିଡା, ବ୍ରହ୍ମାନନ୍ଦ ବେହେରା, ସୁବାସିନୀ ହୋତା, ପୁଷ୍ପଲତା ମହାନ୍ତି, ବିଦୁଲତା ଓଝା, ମନୋଜ ପାତ୍ର ଓ ଓଡିଶା ଚଳଚ୍ଚିତ୍ର ସହ କଳାକାର ସଂଘର ମହିଳା ପ୍ରଶାସନିକ ଅଧିକାରୀ କ୍ରିଷ୍ଣା କୁମାରୀ ସାହୁ ପ୍ରମୁଖ ଯୋଗଦେଇ ଉପସ୍ଥିତ ରହି ପରିବଶ ସୁରକ୍ଷା, ବୃକ୍ଷରୋପଣ, ସ୍ୱଚ୍ଛତା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଏହି କାର୍ଯ୍ୟକ୍ରମ ଓଡିଶା ସହକଳାକାର ସଂଘର ନ୍ୟାସୀ ତଥା ମୁଖ୍ୟ ପ୍ରଶାସନିକ ଅଧିକାରୀ ତଥା ଇଣ୍ଡିଆନ ଓଏଲର ପ୍ରତିନିଧି ପ୍ରଭାସ କୁମାର ମହାପାତ୍ରଙ୍କ ପ୍ରତ୍ୟକ୍ଷ ନେତୃତ୍ୱ ଓ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା । ଶ୍ରୀ ମହାପାତ୍ର ଇଣ୍ଡିଆନ ଅଏଲର ଲକ୍ଷ୍ୟ, ଆଭିମୁଖ୍ୟ ଓ ପ୍ରାକୃତିକ ତୈଳ, ବାଷ୍ପ ସଂରକ୍ଷଣ କିପରି ଆଗାମୀ ପିଢ଼ି ପାଇଁ ସୁରକ୍ଷିତ ରଖାଯାଇ ପାରିବ ସେ ସମ୍ପର୍କରେ ବକ୍ତବ୍ୟ ରଖିବା ସହ ସହଯୋଗର ହାତ ବଢାଇଥିବା ଓଡିଶା ସହକଳାକାର ସଂଘକୁ ସାଧୁବାଦ ଦେଇଥିଲେ । ଏହି ୱାକାଥନ ମା’ ଧାକୁଲେଇ ପୀଠ କଟକରୁ ଆରମ୍ଭ ହୋଇ ପ୍ରତାପ ନଗରୀ ଭାରତୀୟ ପେଟ୍ରୋଲ ପମ୍ପ ପର୍ଯ୍ୟନ୍ତ ଯାଇ, ସେଠାରୁ ମା’ ଧାକୁଲେଇ ପୀଠ ପର୍ଯ୍ୟନ୍ତ ଫେରିଆସିଥିଲା । ଓଡିଶା ଚଳଚ୍ଚିତ୍ର ସହକଳାକାର ସଂଘର କଳାକାରମାନେ ପରିବେଶ ସୁରକ୍ଷା ସମ୍ପର୍କିତ ପ୍ଲାକାର୍ଡ ପ୍ରଦର୍ଶନ କରିଥିଲେ । ଏହି ଅବସରରେ ଉଦଘାଟକ ଶ୍ରୀ ମହାନ୍ତି ସମସ୍ତଙ୍କୁ ପରିବେଶ ସୁରକ୍ଷା ସମ୍ପର୍କରେ ଶପଥ ପାଠ କରାଇଥିଲେ । ଶ୍ରୀ ମହାପାତ୍ର କାର୍ଯ୍ୟକ୍ରମକୁ ସଫଳ କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ କଳାକାର ସୌଦାମିନୀ ନାୟକ, ଇତିଶ୍ରୀ ସାହୁ, ଯଶୋବନ୍ତ ଜେନା ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।
Prev Post