jsm

ଗଞ୍ଜାମ କଲେଜ ନାଭାଲ ଏସିସିର ସମୁଦ୍ରତଟ ସଫେଇ ଅଭିଯାନ

csstore

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଂଜାମ କଲେଜ ଏନ୍‌ସିସି ନାଭାଲ କ୍ୟାଡଟମାନଙ୍କ ଦ୍ୱାରା ରବିବାର ଗଞ୍ଜାମ ବ୍ଲକ ଅନ୍ତର୍ଗତ ବଟେଶ୍ୱର ମନ୍ଦିର ପ୍ରାଙ୍ଗଣଠାରୁ ପୋଡାମ୍‌ପେଟା ପର୍ଯ୍ୟନ୍ତ ସମୁଦ୍ର ବେଳାଭୁମିରେ ସଫେଇ ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ସମର୍ଥ ଶିକ୍ଷାର୍ଥୀ ବାହିନୀର ଦେଶବ୍ୟାପୀ ଅନୁଷ୍ଠିତ ପୁନିତ ସାଗର ଅଭିଯାନ ଅନ୍ତର୍ଗତ ଏହି କାର୍ଯ୍ୟକ୍ରମ ୱାନ ଓଡିଶା ନାଭାଲ ଏନ୍‌ସିସି କମାଣ୍ଡିଙ୍ଗ ଅଫିସର କମାଣ୍ଡର କିଶୋର ଚନ୍ଦ୍ର ରାଉଳଙ୍କ ନିର୍ଦେଶକ୍ରମେ ଗଂଜାମ ମହାବିଦ୍ୟାଳୟର ୪୫ ଜଣ ଏନ୍‌ସିସି କ୍ୟାଡଟ୍‌ ସବ ଲେପ୍ଟେନାଣ୍ଟ ଡ଼ଃ ଦୁର୍ଗା ପ୍ରସାଦ ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମୁଦ୍ରତଟ ସଫେଇ ଅଭିଯାନ କାର୍ଯ୍ୟ ସମାପନ ହୋଇଥିଲା । ଆଜିର କାର୍ଯ୍ୟକ୍ରମକୁ ଖଲ୍ଲିକୋଟ ବନ୍ୟାଞ୍ଚଳ ଅଧିକାରୀ ସିଦ୍ଧାର୍ଥ ଶଙ୍କର ସାହୁ ଯୋଗଦେଇ ସହଯୋଗ କରିବା ସହ ପ୍ରଶଂସା କରିଥିଲେ । ଏହି କାର୍ଯ୍ୟକ୍ରମରେ ଅବୈତନିକ ବନ୍ୟପ୍ରାଣୀ ତତ୍ୱାବଧାରକ ରବିନ୍ଦ୍ରନାଥ ସାହୁ ଯୋଗଦେଇ କ୍ୟାଡଟମାନଙ୍କୁ ସମୁଦ୍ରତଟ ପରିମଳ ଓ ସୁରକ୍ଷା ସମ୍ପର୍କରେ ବୁଝାଇଥିଲେ । ଅଧ୍ୟାପକ ନରୋତ୍ତମ ମାନା ସମୁଦ୍ରତଟ ତଥା ସାମୁଦ୍ରିକ ଜୀବଜନ୍ତୁ ଓ ଉଦ୍ଭିଦ ଜୀବନ ଶୈଳୀ ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ଅବସରରେ ଏକ ସଚେତନତା ରାଲି ମଧ୍ୟ ଅନୁଷ୍ଠିତ ହୋଇଥିଲା । ଏନ୍‌ସିସି କ୍ୟାଡଟ୍‌ ସୀମାଞ୍ଚଳ, ସୀମରନ, ସୁଜ୍ଞାନୀ, ସୁସ୍ମିତା, ସମୀକ୍ଷା, ସ୍ମିତା, ଡିମ୍ପଲ, ବଳରାମ ଓ ଶ୍ରବଣ ବଟେଶ୍ୱର ମନ୍ଦିର ଅଞ୍ଚଳର ଦୋକାନୀ, ସ୍ଥାନୀୟ ଜନସାଧାରଣ ଓ ଆସିଥିବା ପର୍ଯ୍ୟଟକମାନଙ୍କୁ ସମୁଦ୍ରତଟ ସଫେଇର ମହତ୍ତ୍ୱ ବୁଝାଇଥିଲେ । କ୍ୟାଡଟ ଜଗନ, ଶ୍ରୀକାନ୍ତ, ସିଧାନ୍ତ ବର୍ଷା, ମନୋଜ ତଥା ବିଜୁ ସଚେତନତା ରାଲିର ନେତୃତ୍ୱ ନେଇଥିଲେ ।

yuvodaya
Leave A Reply

Your email address will not be published.