ଜେଇଙ୍କ ଦ୍ୱାରା ଉନ୍ନତିମୂଳକ କାର୍ୟ୍ୟର ସଫଳତା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ଜେଇ ପ୍ରଶାନ୍ତ କୁମାର ସେଠୀଙ୍କ ଦ୍ୱାରା ତାଙ୍କ ଅଧିନରେ ଆସୁଥିବା ପଞ୍ଚାୟତରେ ବିଭିନ୍ନ କାର୍ୟ୍ୟ ସଫଳତା ସହ ଦେଖାଇ ଦେଇଛନ୍ତି । ପୂରାପୁରି ଭାବରେ ଠିକାଦାର କିମ୍ବା ସରପଞ୍ଚ କାମ ନ କଲେ ସିଧା ସିଧା ମନା କରି ଦେଉଛନ୍ତି ଓ ନିମ୍ନ ମାନର କାମ କରୁ ନାହାନ୍ତି । ଯେଉଁ ସରପଞ୍ଚ ସରକାରୀ ନିୟମରେ କାମ ନ କଲେ, ବିଲ୍ ମଧ୍ୟ କରନ୍ତି ନାହିଁ । ପଦ୍ମପୁର ବ୍ଲକକୁ ଆସିଲା ଦିନଠୁ ତାଙ୍କ ଅଧିନରେ ଥିବା ପଞ୍ଚାୟତ ଗୁଡିକ ବହୁ ମାତ୍ରାରେ ବିକାଶ ହୋଇ ଥିବା ଲୋକଙ୍କ ଠାରୁ ସୂଚନା ମିଳିଛି ।

Leave A Reply

Your email address will not be published.