pakka

ଡୁମାଳ ସମାଜ ସହରାଞ୍ଚଳ ବଲାଙ୍ଗିରର ସାଧାରଣ ସଭା

bbehera

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଯାଦବ ଭବନଠାରେ ଡୁମାଳ ସମାଜ ସହରାଞ୍ଚଳ ବଲାଙ୍ଗିରର ଏକ ସାଧାରଣ ସଭା ସଭାପତି ସଂଜୟ ମହାକୁଡଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସଭା ପ୍ରାରମ୍ଭରେ ଅଧିଷ୍ଠାତ୍ରୀ ଦେବୀ ମାଁ’ ମାହେଶ୍ୱରୀଙ୍କର ପୂଜା ଅର୍ଚ୍ଚନା ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ଉପ-ସଭାପତି ବୃନ୍ଦାବନ ମହାକୁର ସ୍ୱାଗତ ଭାଷଣ ଦେଲା ପରେ ସଭାପତି ଡୁମାଳ ସମାଜ ସହରାଞ୍ଚଳର ଡୁମାଳ ଭବନ ନିର୍ମାଣ, ବିବାହ ପଞ୍ଜିକରଣ ପ୍ରମାଣପତ୍ର, ପ୍ରତି ଚାରି ମାସରେ ଥରେ ସାଧାରଣ ସଭା କରିବା, ପରିବାର ସର୍ବେକ୍ଷଣ ଆଦି ଉପରେ ଆଲୋକପାତ କରିଥିଲେ । ସମସ୍ତ କାର୍ଯ୍ୟକାରୀ କମିଟି ସଭ୍ୟ ଓ ଉପସ୍ଥିତ ଜାତିଗଙ୍ଗାଙ୍କ ଉପସ୍ଥିତିରେ ଡୁମାଳ ସମାଜ ସହରାଞ୍ଚଳର ନବ ନିଯୁକ୍ତ ସମ୍ପାଦକ ଭାବରେ ରତିକାନ୍ତ କର୍ମିକୁ ସ୍ୱୀକୃତି ପ୍ରଦାନ କରାଗଲା । ଉକ୍ତ ସଭାରେ ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ ଆଗକୁ କିପରି ଶୃଙ୍ଖଳିତ ଭାବରେ ସମାଜକୁ ଉନ୍ନତି ଦିଗରେ ଆଗେଇ ନେବା ତା ଉପରେ ଉପସ୍ଥିତ କାର୍ଯ୍ୟକାରୀ କମିଟି ସଭ୍ୟ ଓ ଉପସ୍ଥିତ ଜାତିଗଙ୍ଗାଙ୍କୁ ମାର୍ଗ ଦର୍ଶନ କରିଥିଲେ । ସାଧାରଣ ସଭାକୁ ସଫଳ କରିବାରେ କୋଷାଧ୍ୟକ୍ଷ ଗୋଳଚନ୍ଦ୍ର ମହାକୁର, ଉପସଭାପତି ଜୀବନ କରନ, ଉପଦେଷ୍ଟା ଭୋନାଥ ଗୁରାଣ୍ଡି, ରାଧେଶ୍ୟାମ ଗଡୁଆ, ଯଜ୍ଞ କୁମାର ଭୋଇ, କାର୍ଯ୍ୟକାରୀ କମିଟିର ସଦସ୍ୟ ବୁଡୁ କରନ, ପଲଉ ଚାଉଲିଆ, ଦିନେଶ ଦନ୍ତା, ଜଗବନ୍ଧୁ କମ୍ପ ପ୍ରମୁଖ ସହଯୋଗ କରିଥିଲେ । ସଭା ପରିଶେଷରେ ସଭାପତି ଉପସ୍ଥିତ ଜାତିଗଙ୍ଗାଙ୍କୁ ଧନ୍ୟବାଦ ଦେବା ସହିତ ସଭା ସାଙ୍ଗ କରିଥିଲେ ।

jay balangir
Leave A Reply

Your email address will not be published.

14 − 2 =