pakka

ଆଜି ଠାରୁ ଆର୍‌ଏନ୍‌ ସିଂହଦେଓ ମେମୋରିଆଲ୍‌ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପିଆର୍‌ ହାଇସ୍କୁଲ ଖେଳ ପଡ଼ିଆରେ ଆରମ୍ଭ ହୋଇଯାଇଛି ଆର୍‌ଏନ୍‌ ସିଂହଦେଓ ମେମୋରିଆଲ୍‌ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ ବଲାଙ୍ଗିର ପାଟଣା କପ୍‌ । ଟୁର୍ଣ୍ଣାମେଣ୍ଟ ଆରମ୍ଭ ଅବସରରେ ଆୟୋଜିତ ସଭାରେ ବଲାଙ୍ଗିର ଜିଲ୍ଲା କ୍ରୀଡ଼ା ଅଧିକାରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଅନ୍ୟତମ ଅତିଥି ଭାବେ ବିଜେଡ଼ିର ଯୁବନେତା ଅର୍କେଶ ନାରାୟଣ ସିଂହଦେଓ ଏବଂ ମନ୍ମଥ ନାରାୟଣ ସିଂହଦେଓ ଯୋଗଦାନ କରିଥିଲେ । ଆଜି ଠାରୁ ୧୬ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟ ବଲାଙ୍ଗିର ବିଧାନସଭା ମଣ୍ଡଳୀର ଜରାସିଂହା, ଭୁତିଆରବାହାଲ, ହର୍ଡାଟାଲ ଓ ବଲାଙ୍ଗିର ପିଆର୍‌ ହାଇସ୍କୁଲ ଖେଳ ପଡ଼ିଆରେ ଅନୁଷ୍ଠିତ ହେବାକୁ ଥିବା ବେଳେ ଏଥିରେ ସମୁଦାୟ ୭୩ଟି ଦଳ ଭାଗ ନେବେ ବୋଲି କୁହାଯାଇଛି । ଜରାସିଂହାରେ ୧୬ଟି ଦଳ, ଭୁତିଆରବାହାଲରେ ୧୯ଟି ଦଳ, ହର୍ଡାଟାଲ୍‌ରେ ୧୬ଟି ଦଳ ଓ ବଲାଙ୍ଗିର ପିଆର୍‌ ହାଇସ୍କୁଲ ଖେଳ ପଡ଼ିଆରେ ୨୩ଟି ଦଳ ଭାଗ ନେବାର କାର୍ଯ୍ୟକ୍ରମ ରହିଛି । ୧୬ ତାରିଖ ଦିନ ବଲାଙ୍ଗିର ପିଆର୍‌ ହାଇସ୍କୁଲ ଖେଳ ପଡ଼ିଆରେ ସେମି ଫାଇନାଲ୍‌ ଓ ଫାଇନାଲ୍‌ ଖେଳ ଅନୁଷ୍ଠିତ ହେବା ସହ ଏକ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ସୁନାମଧନ୍ୟ କଣ୍ଠଶିଳ୍ପୀ ଅସୀମା ପଣ୍ଡା ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଦର୍ଶକଙ୍କ ମନୋରଂଜନ କରିବେ ।

jay balangir
Leave A Reply

Your email address will not be published.

6 + 2 =