ସଡ଼କ ଦୁର୍ଘଟଣା : ୪ ଆହତ

କଳାହାଣ୍ଡି, (ହେମନ୍ତ ସାହୁ) : ମ.ରାମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ରାୟପୁର ଜାତୀୟ ରାଜପଥ ୫୯ ରଜାମୁଣ୍ଡା ନିକଟରେ ଗତ ରାତି ପ୍ରାୟ ୮ଘଂଟା ସମୟରେ ଏକ ବାଇକ ଦୁର୍ଘଟଣାଗ୍ରସ୍ତ ହେଇଛି । ଏଥିରେ ଚାରି ଜଣ ଆହତ ହେଇଥିବା ଜଣାପଡ଼ିଛି । ବେହେରାମାଲ ଗ୍ରାମର ଡ଼ୁମେର ଗୁଡ଼ିଆ ଚାଲି ଚାଲି ଆସୁଥିବା ବେଳେ ବାଇକରେ ଯାଉଥିବା ଆଉ ଚାରିଜଣ ତାଙ୍କୁ ଧକ୍କା ଦେଇଥିବା ଜଣାପଡ଼ିଛି । ତେବେ ଡ଼ୁମେର (୬୪)ଙ୍କ ଗୋଡ଼ ଭାଙ୍ଗି ଯାଇଥିବା ବେଳେ ଭାଲୁଡ଼ୁଙ୍ଗୁରି ଗ୍ରାମର ଜିତୁ ବେହେରା, ଧର୍ମୁ କାଣ୍ଡ, ଯୋଗେଶ ସୁନା ଆହତ ହେଇଛନ୍ତି । ଆହତମାନଙ୍କୁ ମ.ରାମପୁର ଅଗ୍ନିଶମ ବିଭାଗ ତରଫରୁ ଲବ ନାୟକ, ସତ୍ୟ ପୁଟେଲ, ଡ଼୍ରାଇଭର ବି.ବଳିଆରସିଂହ, ଚୈତନ୍ୟ ସାହୁ, ଅଚ୍ୟୁତ ପ୍ରଧାନ ଏବଂ ମୋତିଆ ପହଂଚି ତୁରନ୍ତ ମ.ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ର‌୍ୟକେନ୍ଦ୍ରକୁ ଆଣି ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ । ତେବେ ଗୋଟିଏ ଇଲାକାରେ ପ୍ରାୟ ସମୟ ଦୁର୍ଘଟଣା ହେଉଥିବା ବେଳେ ଲଗାମହୀନ ବାଇକ ଚାଳନା ଯୋଗୁଁ ଏଭଳି ଘଟୁଥିବା ଲୋକେ କୁହାକୁହି ହେଉଛନ୍ତି ।

Leave A Reply

Your email address will not be published.