jsm

କୃଷି ବିଭାଗ ତରଫରୁ କୃଷକ ସଚେତନତା ରଥର ଶୁଭାରମ୍ଭ

csstore

ଖପ୍ରାଖୋଲ, (ଅଶୋକ ବାଗ) : ସ୍ଥାନୀୟ ବ୍ଲକ କୃଷି କାର୍ଯ୍ୟାଳୟ ପରିସରରେ କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗ ତରଫରୁ କୃଷକ ସଚେତନତା ରଥର ଶୁଭାରମ୍ଭ ହୋଇଯାଇଛି । ସଚେତନତା ରଥର ଶୁଭାରମ୍ଭ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ପାଟଣାଗଡ କୃଷି ଜିଲ୍ଲା ଅଧିକାରୀ ବାବୁଲି ଚରଣ ସେଠୀ ଯୋଗ ଦେଇ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ସଚେତନତା ରଥଟି ବ୍ଲକର ବିଭିନ୍ନ ଗାଁକୁ ଯାଇ ଡିଜିଟାଲ ଟିଭି ମାଧ୍ୟମରେ କୃଷି ସମ୍ପର୍କିତ ସଚେତନତା ସହ ରବି ଫସଲର ସମନ୍ଵିତ ପରିଚାଳନା ଉପରେ ବାର୍ତା ଦେବ ବୋଲି ଜଣାଯାଇଛି । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ବ୍ଲକ କୃଷି ଅଧିକାରୀ ଡମ୍ବରୁଧର ମେହେର, ସହକାରୀ କୃଷି ଅଧିକାରୀ ସୁଜିତ କୁମାର ଭୋଇ, ଏଟିଏମ୍‌ ମାନସ ଖମାରୀ, ପରେଶ୍ ମେହେର, ଏଫ୍‌ଇଏସ ମାଷ୍ଟର ଟ୍ରେନର ଅଭୟ ତ୍ରିପାଠୀ ସମେତ କୃଷି ବିଭାଗ କର୍ମଚାରୀ ଉପସ୍ଥିତ ଥିଲେ ।

yuvodaya
Leave A Reply

Your email address will not be published.