ଦେଓଗାଁ ବ୍ଲକରେ ଶିକ୍ଷା ସଚେତନତା ରଥ ଶୁଭାରମ୍ଭ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ରତନପୁର ସ୍ଥିତ ନୂତନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜିଲ୍ଲା ସମଗ୍ର ଶିକ୍ଷା ତରଫରୁ ‘ଆସ ଆମେ ସ୍କୁଲ ଯିବା’ ଶିକ୍ଷା ସତେନତା ରଥର ଶୁଭାରମ୍ଭ କରାଯାଇଛି । ଉଦ୍‌ଘାଟନି ଉତ୍ସବରେ ଅତିରିକ୍ତ ଶିକ୍ଷାଧିକାରୀ ତଥା ବି.ଆର୍‌.ସି.ସି. ଅଜିତ ସାହୁ, ଏବିଇଓ ଅଜିତ ମିଶ୍ର, ଏବିଇଓ ଲୋଚନ ଛତ୍ରିଆ, ବିଭିନ୍ନ କ୍ଲଷ୍ଟରର ସିଆର୍‌ସିସି, ଶିକ୍ଷାପ୍ରେମୀ, ଶିକ୍ଷକ, ଶିକ୍ଷିକା, ଶିକ୍ଷା କମିଟି ସଭ୍ୟ, ସଭ୍ୟା ଓ ଛାତ୍ର, ଛାତ୍ରୀଙ୍କ ଉପସ୍ଥିତିରେ ବିଆର୍‌ସିସି ଶ୍ରୀ ସାହୁ ଶିକ୍ଷା ସଚେତନତା ତଥର ଶୁଭାରମ୍ଭ କରିଥିଲେ । ଏହି ରଥ ଦେଓଗାଁ ବ୍ଲକର ବିଭିନ୍ନ ସ୍କୁଲ ଯଥା :- ରତନପୁର, ପୋନି ସୁଗର କଲୋନୀ ସାଗରପାଲି, ଦେଓଗାଁ, କଛାରପାଲି, ହାତୀସରା, ନାଇକେନଶିରା, ବହଲି, ସିଆଲବହଲୀ କୁତୁର୍ଲା, ମୁରସିଂ, ବଡ଼ବନ୍ଧ, କରୁଆଁଝର ଓ ଲଣ୍ଡାପଥର ଗାଁଗୁଡ଼ିକୁ ପରିଦର୍ଶନ କରି ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିଛି । ଅଧାରୁ ପାଠ ଛାଡ଼ିଥିବା ଛାତ୍ର, ଛାତ୍ରୀମାନଙ୍କୁ ପୁଣି ବିଦ୍ୟାଳୟକୁ ଆସିବାକୁ ଆଗ୍ରହ ସଷ୍ଟି କରାଯାଉଛି । ଶେଷରେ ପ୍ରଥମ ଦିନର କାର୍ଯ୍ୟକ୍ରମକୁ ସମାପ୍ତ କରି ରଥକୁ ପୁଲସଖଣ୍ଡରେ ବିଶ୍ରାମ ଦିଆଯାଇଛି । ମଙ୍ଗଲବାର ଦିନ ବନ୍ଧପଡ଼ା, ରାମଚନ୍ଦ୍ରପୁର ଓ ବ୍ରାହ୍ମଣୀଯୋର କ୍ଲଷ୍ଟର ପରିକ୍ରମା କରିବାର ଯୋଜନା ରହିଥିବା ସୂଚନା ମିଳିଛି ।

Leave A Reply

Your email address will not be published.