csstore

କେଶରୀୟା ହିନ୍ଦୁ ବାହିନୀ ଓଡ଼ିଶା ରାଜ୍ୟ ସଭାପତି ସନ୍ତୋଷ ଭୋଳଙ୍କ ଢେଙ୍କାନାଳ ଜିଲ୍ଲା ଗସ୍ତ

ଢେଙ୍କାନାଳ : ଆଜି କେଶରୀୟା ହିନ୍ଦୁ ବାହିନୀ ଓଡ଼ିଶା ରାଜ୍ୟ ସଭାପତି ସନ୍ତୋଷ ଭୋଳ ଢେଙ୍କାନାଳ ଜିଲ୍ଲା ଗସ୍ତ କରିଛନ୍ତି । ଏହି ଅବସରରେ ତାଙ୍କୁ ଢେଙ୍କାନାଳ ସ୍ଥିତ ଯାଉଁଳି ପୋଖରୀ ମଠ ଠାରେ ମହିଳା ମୋର୍ଚ୍ଚା ଜିଲ୍ଲା ସଭାନେତ୍ରୀ ଶ୍ରୀମତୀ ସସ୍ମିତା ସାମଲ ଏବଂ ଜିଲ୍ଲାର ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତାଙ୍କ ଦ୍ଵାରା ସ୍ଵାଗତ କରାଯାଇଥିବା ବେଳେ ଶ୍ରୀମତୀ ସସ୍ମିତା ସାମଲଙ୍କ ଅଧ୍ୟକ୍ଷତାରେ ଏକ ସାଙ୍ଗଠନିକ ବୈଠକ କରାଯାଇଥିଲା । ଏହି ବୈଠକରେ ସର୍ବ ସମ୍ମତି କ୍ରମେ ଶ୍ରୀ ବିଷ୍ଣୁ ପ୍ରସାଦ ଲେଙ୍କାଙ୍କୁ ନୂତନ ରୂପେ ଢେଙ୍କାନାଳ ଜିଲ୍ଲା ସଭାପତି ଦାୟିତ୍ୱ ଦିଆଯିବା ସହିତ ଆଗାମୀ ଦିନରେ ଦେଙ୍କନାଳ ଜିଲ୍ଲାରେ ହିନ୍ଦୁ ମାନଙ୍କୁ ଏକତ୍ରିତ, ସଂଗଠିତ କରିବା ପାଇଁ ଯୋଜନା କରାଯାଇଥିଲା ଏବଂ କେଶରୀୟା ହିନ୍ଦୁ ବାହିନୀକୁ ଜିଲ୍ଲାରେ କିପରି ଭାବେ ସୁଦୃଢ କରାଯିବ ସେ ନେଇ ଆଲୋଚନା କରାଯାଇଥିବା ବେଳେ କେଶରୀୟା ହିନ୍ଦୁ ବାହିନୀ ସଂଗଠନର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ଉପରେ ଆଲୋଚନା କରାଯିବା ସହ ଢେଙ୍କାନାଳ ଜିଲ୍ଲାରେ ଆଗାମୀ ଦିନର କାର୍ଯ୍ୟପନ୍ଥା ଉପରେ ମଧ୍ୟ ଆଲୋକପାତ କରାଯାଇଛି । ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ସଙ୍ଗଠନ ମନ୍ତ୍ରୀ ତଥା ରାଜ୍ୟ ସୂଚନା ପ୍ରମୁଖ ବ୍ରହ୍ମ ପ୍ରସାଦ ମହାପାତ୍ର, ରାଜ୍ୟ କୋଷାଧ୍ୟକ୍ଷ ସୁଶିଲ କୁମାର ସାହୁ ଏବଂ କେଶରୀୟା ହିନ୍ଦୁ ବାହିନୀର ଅନ୍ୟାନ୍ୟ ପ୍ରମୁଖ କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.