jsm

ଦୀକ୍ଷାନ୍ତ କାର୍ଯ୍ୟକ୍ରମରେ ଶବ୍ଦନୃତ୍ୟ ଶିକ୍ଷା ଶୁଭାରମ୍ଭ

csstore

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ କୁମ୍ଭାରୀ ଗ୍ରାମର ଗାୟତ୍ରୀ ପୀଠରେ ଓଡିଶା ସଂଗୀତ ନାଟକ ଏକାଡେମୀ ତରଫରୁ ଆୟୋଜିତ ଦୀକ୍ଷାନ୍ତ କାର୍ଯ୍ୟକ୍ରମ ଅନୁଯାୟୀ ଶବ୍ଦନୃତ୍ୟର ପ୍ରଚାରକ ଗୁରୁ ଭଗବାନ ସାହୁଙ୍କ ପ୍ରତିଷ୍ଠିତ ବ୍ରଜେଶ୍ୱରୀ ନୃତ୍ୟ କଳା ପରିଷଦକୁ ଦୀର୍ଘ ସତୁରି ବର୍ଷ ପରେ ପ୍ରଥମ ଥର ପାଇଁ ସରକାରୀ ପ୍ରୋତ୍ସାହନ ପାଇଁ ଏକାଡେମୀ ସଚିବ ପ୍ରବୋଧ ରଥ ଏବଂ ବରଗଡ଼ ଜିଲ୍ଲା ପ୍ରତିନିଧି ରବିରତନ ସାହୁଙ୍କୁ ସମସ୍ତେ ପ୍ରସଂଶା କରିଥିଲେ । ଶବ୍ଦନୃତ୍ୟ ଶିକ୍ଷାଗୁରୁ ଭଗବାନ ସାହୁଙ୍କ ପଟ୍ଟ ଶିଷ୍ୟ ଶବ୍ଦନୃତ୍ୟ ଗୁରୁ ଭାଗବତ ପଧାନ(ଭାଗବତିଆ)ଙ୍କ ଦ୍ୱାରା ଶିକ୍ଷା ଦାନର ଶୁଭାରମ୍ଭ ହୋଇଛି, ପ୍ରାରମ୍ଭରୁ ସଚିନ ମହାପାତ୍ର ଏବଂ ରବିନ୍ଦ୍ର ପ୍ରଧାନ ପୂଜା କାର୍ଯ୍ୟ ସଂପାଦନ କରିଥିଲେ । ବରିଷ୍ଠ ଅଭିନେତା ନିର୍ଦ୍ଦେଶକ ପ୍ରଦୀପ ସାହୁଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଅଭିନେତା ନିର୍ଦ୍ଦେଶକ ରାମଜୀ ପଧାନ, ମୁଖ୍ୟବକ୍ତା ଅଧ୍ୟାପକ ଡ. ପ୍ରତାପ ପଧାନ, ସମ୍ମାନିତ ବକ୍ତା ଭୂବନ ଭୋଇ, ହର୍ଷ ବେହେରା, ଗୁରୁ ଭାଗବତ ପଧାନ, ଗୁରୁ ଗଦାଧର ବରିହା, ଗୁରୁ ଝାଡେଶ୍ୱର ପଧାନ, ଗୁରୁ ପ୍ରଫୁଲ୍ଲ ନାୟକ, ଗୁରୁ ଚଏତୁ ବୁଡେକ ଲୋକପାଳ ପଟେଲ ପ୍ରମୁଖ ନିଜ ନିଜ ବକ୍ତବ୍ୟରେ ଆସନ୍ତା ଦିନରେ ଗଢିଉଠିଥିବା ପ୍ରତ୍ୟେକ ଶବ୍ଦନୃତ୍ୟ ଅନୁଷ୍ଠାନ ଗୁଡିକ ମାଧ୍ୟମରେ ପ୍ରତି ଜିଲ୍ଲା ମାନଙ୍କରେ ଶବ୍ଦନୃତ୍ୟ ଶିକ୍ଷା ଦେଇ ଶବ୍ଦନୃତ୍ୟର ପରିବାର ବୃଦ୍ଧି କରିବା ସକାଶେ ସଂଗୀତ ନାଟକ ଏକାଡେମୀ ଏ ଦିଗରେ ଗୁରୁତ୍ୱ ଦେବାକୁ ଅନୁରୋଧ କରିଥିଲେ । ଆସନ୍ତା ଦିନରେ ବରଗଡ଼ ଠାରେ ପ୍ରତ୍ୟେକ ଶବ୍ଦନୃତ୍ୟ ଗୁରୁ, କଳାକାର ଏବଂ ବିଭିନ୍ନ ଜିଲ୍ଲାର କଳା ସଂସ୍କୃତି ସଂପୃକ୍ତି ଥିବା ବିଶିଷ୍ଟ ବ୍ୟକ୍ତିଙ୍କ ଉପସ୍ଥିତିରେ ଏକ ଆଲୋଚନା ସଭା କରାଯିବାକୁ ଶବ୍ଦନୃତ୍ୟ ଗୁରୁ ଭାଗବତ ପଧାନ(ଭାଗବତିଆ)ଙ୍କ ପ୍ରସ୍ତାବକୁ ସମସ୍ତ ଅତିଥି ଏବଂ ଉପସ୍ଥିତ ଭଦ୍ର ମଣ୍ଡଳୀ କରତାଳି ଦ୍ୱାରା ସ୍ୱାଗତ କରିଥିଲେ । କୁମ୍ଭାରୀ ଆଜାଦ ଯୁବକ ସଂଘ ତରଫରୁ ସଭାପତି ମନୋଜ କୁମାର ଦାଶ, ସଂପାଦକ ସୁମନ୍ତ କୁମାର ବାରିକ, ରମେଶ ମାଝି, ସେବାନନ୍ଦ ନାଏକ, ଯଶୋବନ୍ତ ମହାପାତ୍ର, ତୀର୍ଥବାସୀ ସେଠ୍, ସୁଦାମ ପଧାନ, ରାକେଶ ବିଶ୍ୱାଳ, ଦୀନବନ୍ଧୁ ସାହୁ, ଜିତେନ୍ଦ୍ରିୟ ପଟେଲ, ରମେଶ ଭୋଇ ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ । ଦଶ ଜଣ ଛାତ୍ରଙ୍କୁ ପ୍ରତିଦିନ ଶିକ୍ଷା ଦେବାକୁ ସ୍ଥିର କରାଗଲା । ଶିକ୍ଷାଦାନ କାର୍ଯ୍ୟକ୍ରମରେ କୁମ୍ଭାରୀ ଗ୍ରାମର ଅନେକ ବୁଦ୍ଧିଜୀବୀ ଯୋଗଦେଇଥିଲେ । ଶେଷରେ ଅଭିନେତା ସେବାନନ୍ଦ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ ।

yuvodaya
Leave A Reply

Your email address will not be published.