oom

ତହସିଲଦାର ଓ ବିଡିଓଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ କଲେ ରୁଦ୍ର ପ୍ରତାପ ମହାରଥୀ

jsmm

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲାର ପିପିଲି ଡେଲାଙ୍ଗ ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ ଆଜି ଡେଲାଙ୍ଗ ଓ ପିପିଲି ବ୍ଲକର ବିଡିଓ, ତହସିଲଦାରଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ କରି ନିର୍ବାଚନ ମଣ୍ଡଳୀର ବିଭିନ୍ନ ସମସ୍ୟା ଓ ଉନ୍ନୟନ ମୂଳକ କାର୍ଯ୍ୟକୁ ତ୍ୱାରାନିତ କରିବା ସମ୍ପର୍କରେ ଆଲୋଚନା କରିଥିଲେ । ମୁଖ୍ୟତଃ ଏହି ନିର୍ବାଚନ ମଣ୍ଡଳୀର ଦୁଇ ବ୍ଲକ ପିପିଲି ଓ ଡେଲାଙ୍ଗକୁ ପ୍ରାୟ ୧୫ହଜାରରୁ ଅଧିକ ଆବାସ ଯୋଜନା ଘର ଆସିଥିବା ବେଳେ ସେଗୁଡିକ ଯେପରି ଯୋଗ୍ୟ ହିତାଧିକାରୀ ମାନଙ୍କୁ ଚୟନ କରାଯାଇ ପ୍ରଦାନ କରାଯିବ ନେଇ ବିଡିଓ ପିପିଲି ଓ ଡେଲାଙ୍ଗଙ୍କୁ ଅନୁରୋଧ କରିଥିଲେ । ସେହିପରି ରାସନକାର୍ଡ, ମଧୁବାବୁ ପେନସନ ଯୋଜନା ଯୋଗ୍ୟ ହିତାଧିକାରୀଙ୍କୁ ଟାର୍ଗେଟ ମୁତାବକ ପ୍ରଦାନ କରାଯାଉ, ପିପିଲି ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ନିର୍ମାଣ, ପିପିଲି ଏନ୍‌ଏସିରେ ଇଣ୍ଡୋର ଷ୍ଟାଡିୟମ ନିର୍ମାଣ ସମ୍ପର୍କରେ, ମୁଖ୍ୟମନ୍ତ୍ରୀଙ୍କ ୫ଟି ଯୋଜନାରେ ଅର୍ନ୍ତଭୁକ୍ତ ହାଇସ୍କୁଲର ରୁପାନ୍ତରିକରଣ ରୂପରେଖ କାର୍ଯ୍ୟକୁ ଯଥା ସମୟ ସୀମା ଭିତରେ କାର୍ଯ୍ୟ ସାରିବା ପାଇଁ ଦୁଇ ବିଡିଓଙ୍କୁ ଅନୁରୋଧ କରିଥିଲେ । ସମସ୍ତଙ୍କ ଚେଷ୍ଟା ଓ ସହଯୋଗରେ ରାଜ୍ୟରେ ପିପିଲି ଡେଲାଙ୍ଗ ନିର୍ବାଚନ ମଣ୍ଡଳୀକୁ ଏକ ନମ୍ବର ଭାବେ ଗଢି ତୋଳିବାକୁ ଲକ୍ଷ୍ୟ ରହିବ ବୋଲି ସେ ଜଣାଇଥିଲେ । ଡେଲାଙ୍ଗ ବ୍ଲକ କାର୍ଯ୍ୟାଳୟ ଠାରେ ବିଡିଓ ଦିଲ୍ଲିପ କୁମାର ଷଡଙ୍ଗୀ, ବ୍ଲକ ଅଧ୍ୟକ୍ଷ ପ୍ରସନ୍ନ କୁମାର ସାହୁଙ୍କୁ ସାକ୍ଷାତ କରିଥିବା ବେଳେ ପିପିଲି ବ୍ଲକରେ ବିଡିଓ ରଶ୍ମିତାନାଥ ଷଡଙ୍ଗୀ ଓ ତହସିଲଦାର ସପନ କୁମାର ନନ୍ଦଙ୍କୁ ସାକ୍ଷତ କରି ଫନି କ୍ଷତି ଗ୍ରସ୍ତ ଘରଭଙ୍ଗା ସହାୟତା ଯୋଗ୍ୟ ହିତାଧିକାରଙ୍କୁ ଶୀଘ୍ର ପ୍ରଦାନ କରିବା ସମ୍ପର୍କରେ ଆଲୋଚନା କରିଥିଲେ ।

jittmm
Leave A Reply

Your email address will not be published.