jsm

ପିକ୍‌ଅପ୍‌ ଭ୍ୟାନ ଧକ୍କାରେ ଜ୍ୱାଇଁ ମୃତ ଓ ଶ୍ୱଶୁର ଗୁରୁତର, କ୍ଷତିପୂରଣ ଦାବୀରେ ଗ୍ରାମବାସୀଙ୍କ ରାସ୍ତା ଅବରୋଧ

csstore

ସଇଁତଲା, (ପ୍ରମୋଦ ସେଲମା) : ଆଜି ଟିକ୍ରାପଡା ଓ ସଇଁତଲା ରାସ୍ତାରେ ଅପରାହ୍ନ ୪ ଘଣ୍ଟା ସମୟରେ ଦୁହେଁ ଶ୍ୱଶୁର ଓ ଜ୍ୱାଇଁ ସଇଁତଲା ପଟୁ ଘରକୁ ଫେରୁଥିବା ବେଳେ ଝିମନପାଲି ବ୍ରିଜ ପାଖରେ ପିକ୍‌ଅପ୍‌ ଭ୍ୟାନ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ଜ୍ୱାଇଁଙ୍କ ମୃତ୍ୟୁ ଘଟିଥିବା ବେଳେ ଶ୍ୱଶୁର ଗୁରୁତର ଆହତ ହୋଇ ସଇଁତଲା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ହେବା ପରେ ଅବସ୍ଥା ଗୁରୁତର ହେବାରୁ ବଲାଙ୍ଗିର ଭୀମ ଭୋଇ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡିଛି । ମୃତ ବ୍ୟକ୍ତିଙ୍କ ନାମ ଉମାକାନ୍ତ ଭୋଇ (୩୫) ଗୁରୁତର ଜଣକ ହେଲେ ମିନିକେତନ ଭୋଇ (୫୫) ଉଭୟଙ୍କ ଘର ଭଣ୍ଡାରବାଞ୍ଜି ବୋଲି ଜଣାପଡିଛି । ପ୍ରକାଶ ଯେ, ଆଜି ଶ୍ୱଶୁର ମିନିକେତନ ଭୋଇ ଓ ଜ୍ୱାଇଁ ଉମାକାନ୍ତ ଭୋଇ ଦୁହେଁ ବାଇକ ନଂଓଡି୦୩ ଏନ୍‌ ୪୦୬୪ ଯୋଗେ ସଇଁତଲାକୁ ଘରୋଇ କାର୍ଯ୍ୟରେ ଆସି ଘରକୁ ଫେରୁଥିବା ସମୟରେ ଝିମନପାଲି ବ୍ରିଜ ପାଖରେ ପିକ୍‌ଅପ୍‌ ଭ୍ୟାନ ଗାଡି ନଂ ଓଡି୦୩ ଏମ୍‌ ୫୦୨୬ ଧକ୍କା ଦେବା ଫଳରେ ଜ୍ୱାଇଁ ଉମାକାନ୍ତଙ୍କ ଘଟଣାସ୍ଥଳ ମୃତ୍ୟୁ ଘଟିଥିବା ବେଳେ ଶ୍ୱଶୁର ମିନକେତନ ଗୁରୁତର ହୋଇ ବଲାଙ୍ଗିରକୁ ସ୍ଥାନାନ୍ତରିତ କରାଯାଇଛି । ବର୍ତମାନ କ୍ଷତିପୂରଣ ଦାବୀ ନେଇ ଗ୍ରାମବାସୀ ଟିକ୍ରାପଡା ଓ ସଇଁତଲା ଆରଡି ରାସ୍ତାକୁ ଅବରୋଧ କରିଛନ୍ତି । ଖବର ପାଇଁ ସଇଁତଲା ପୋଲିସ ପହଂଚି ଉତ୍ତେଜିତ ଲୋକମାନଙ୍କୁ ବୁଝାସୁଝା କରୁଥିବା ଜଣାପଡିଛି ।

yuvodaya
Leave A Reply

Your email address will not be published.