jsm

ଶାନ୍ତିଆ ଗ୍ରାମରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର

csstore

ଜଳେଶ୍ୱର : ଜଳେଶ୍ୱର ବ୍ଲକ ଶାନ୍ତିଆ ଗ୍ରାମ୍ୟ କମିଟି ପକ୍ଷରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଜିଲ୍ଲା ରକ୍ତଦାତା ସଂଘ ସହଯୋଗରେ ସ୍ଥାନୀୟ ଚଣ୍ଡୀ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଜଳେଶ୍ୱରର ବିଡ଼ିଓ ପୁନମ ରାଉତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିବିରକୁ ଉଦ୍‌ଘାଟନ କରିଥିଲେ । ଅତିଥି ଭାବେ ଜିଲ୍ଲା ରକ୍ତଦାତା ସଂଘର ସଭାପତି କମଳ କୁମାର ଚକ୍ରବର୍ତ୍ତୀ, ଓଡ଼ିଶା ରକ୍ତ କେନ୍ଦ୍ରର ଅଧିକାରୀ ଡାକ୍ତର ବସନ୍ତ କୁମାର ଉପାଧ୍ୟାୟ, କାଉନସିଲର କବିତା ଧଳ ଓ ଚନ୍ଦନ କୁମାର ଦାସ, ଡ଼ଃ ଅଜିତ କୁମାର ମହାନ୍ତି, ଅରୁଣ କୁମାର ବେଜ, ଗ୍ରାମ୍ୟ ମୁଖ୍ୟ ସୀତାଅଂଶୁ ସେନାପତି, ଉତ୍କଳ ସମ୍ମିଳନୀର କେନ୍ଦ୍ରିୟ ସଭାପତି ଡ଼ଃ ଅଦୈତ୍ୟ କୁମାର ପାତ୍ର, ଯୁବନେତା ଫାଲ୍ଗୁନି ପାଣିଗ୍ରାହୀ, ସାମ୍ବାଦିକ ସତ୍ୟବ୍ରତ ପ୍ରଧାନ ପ୍ରମୁଖ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ଶିବିରରୁ ୩୮ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ଦେବଜାନୀ ଅଣ୍ଡିଆ, ରିତାରାଣୀ ଦାସ, ଲକ୍ଷ୍ମୀଧର ବାରିକ ଶିବିରକୁ ପରିଚାଳନା କରିଥିଲେ ।

yuvodaya
Leave A Reply

Your email address will not be published.