csstore

ୱେବ ମିଡ଼ିଆ ସଂଘର ବାର୍ଷିକ ଉତ୍ସବରେ ୨୬ୟୁନିଟ ରକ୍ତ ସଂଗୃହିତ

ବରଗଡ଼, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡିଶା ୱେବ ମିଡ଼ିଆ ସଂଘର ପଞ୍ଚମ ବାର୍ଷିକ ଉତ୍ସବ ପାଳନ ଅବସରରେ ଆଜି ବରଗଡ଼ ଯଦୁମଣି ପ୍ରଧାନ ଅଡ଼ିଟେରିୟମରେ ସଂକଳ୍ପ ପରିବାର ଓ ମିଡ଼ିଆ ସଂଘର ମିଳିତ ଆନୁକୂଲ୍ୟରେ ଏକ ସ୍ୱେର୍ଚ୍ଚାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଆଜିର ଶିବିରକୁ ମୁଖ୍ୟ ଅତିଥି ଭାବରେ ବରଗଡ଼ ବିଧାୟକ ଅଶ୍ୱିନୀ ସରଙ୍ଗୀ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବରେ ଭଟଲି ବିଧାୟକ ଇରାଶିଷ ଆଚାର୍ଯ୍ୟ ଓ ବିଜେପୁର ବିଧାୟକ ସନତ ଗଡ଼ତିଆ ଯୋଗଦାନ କରି ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ । ଆଜିର ଶିବିରରେ ଜଣେ ମହିଳା ରକ୍ତଦାତା ସମେତ ମୋଟ ୨୬ ଜଣ ରକ୍ତଦାତା ଜୀବନ ଦାତା ସ୍ୱେର୍ଚ୍ଚାକୃତ ଭାବରେ ରକ୍ତଦାନ କରିଥିଲେ । ପଶ୍ଚିମ ଓଡିଶା ୱେବ ମିଡ଼ିଆ ସଂଘ ସଭାପତି ଅସିତ ସାହୁ, ସମ୍ପାଦକ ବଳରାମ ଦୀପଙ୍କ ସହିତ ସଂକଳ୍ପ ପରିବାରର ସମ୍ପାଦକ ଜି. ରମେଶ, ଶେଷଦେବ ପ୍ରଧାନ, ସୁରେନ୍ଦ୍ର ଭୁଏ, ନୀଲେଶ ପ୍ରଧାନ, ଚିନ୍ମୟ ପାଣ୍ଡେ, ଚନ୍ଦନ ପଧାନ, ବାସୁ, ନବୀନ, ଯଶବନ୍ତି ପ୍ରମୁଖ ଶିବିର ପରିଚାଳନା କରିଥିଲେ । ଠିକ ସେହିପରି ବରଗଡ଼ ରକ୍ତ ଭଣ୍ଡାର କର୍ମଚାରୀ ରକ୍ତ ସଂଗ୍ରହରେ ସାହାଯ୍ୟ କରିଥିଲେ । ଶେଷରେ ସମସ୍ତ ରକ୍ତଦାତା ଓ ଉଭୟ ଅନୁଷ୍ଠାନକୁ ବରଗଡ଼ ବିଧାୟକ ସମେତ ଉପସ୍ଥିତ ଅତିଥିଗଣ ପ୍ରଶଂସା କରିଥିଲେ ।

jayashree
Leave A Reply

Your email address will not be published.