ଜାତୀୟ ରାଜପଥ ଦେଇ ଅତିକ୍ରମ କରିବାରେ ପ୍ରତିବନ୍ଧକ : ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତବାସୀ ହେଲେ ଜିଲ୍ଲା ପ୍ରଶାସନର ଦ୍ଵାରସ୍ଥ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ୧୬ ନମ୍ୱର ଜାତୀୟ ରାଜପଥରେ ହିଡ଼ ଦେଇ ରୋକ୍ ଲଗାଇଛି ଗଞ୍ଜାମ ସହର ଥାନା । ଫଳରେ ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତର ୪ଖଣ୍ଡ ଗ୍ରାମର ଲୋକେ ଗୁରୁବାର ଗଞ୍ଜାମ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନର ଦ୍ଵାରସ୍ଥ ହୋଇଛନ୍ତି । ଉକ୍ତ ରାସ୍ତାଦେଇ ସଧାରଣଜନତାଙ୍କ ଗମନାଗମନରେ ପ୍ରତିବନ୍ଧକ ସୃଷ୍ଟି ହୋଇଛି । ୧୫ଦିନ ମଧ୍ୟରେ ଆଶୁ-ପ୍ରତିକାର ବିଧାନ କରାନଗଲେ ଗ୍ରାମବାସୀ ଜନ-ଆନ୍ଦୋଳନ କରିବେ ବୋଲି ପ୍ରଶାସନ ଆଗରେ ଚେତାବନୀ ଦେଇଛନ୍ତି । ସୂଚନାଯୋଗ୍ୟ ଯେ’ ଜାତୀୟ ରାଜପଥ ପାର୍ଶ୍ୱରେ ରହିଥିବା ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତର ୪ଖଣ୍ଡ ଗ୍ରାମର ଲୋକେ ଜାତୀୟ ରାଜପଥ ଦେଇ ଯିବାକୁ ରୋକ୍ ଲାଗିଛି । ଅଥବା ଏଠାକାର ଲୋକେ ଗମନାଗମନ ପଥଦେଇ ଯିବାକୁ ପ୍ରତିବନ୍ଧକ ଲଗାଯାଇଛି । ଯାହା ଫଳରେ ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତର ୪ଖଣ୍ଡ ଗ୍ରାମ ଯଥା- ପାଳିବନ୍ଧ, ପୁରୁଣାବନ୍ଧ, ବିଞ୍ଛଣାପଲ୍ଲୀ, କୁଣ୍ଡାପୁଟୁ ଆଦି ଗ୍ରାମର ଅଧିବାସୀଙ୍କୁ ନିଜର କୌଳିକ ବ୍ୟବସାୟରେ ବାଧା ଉପୁଜିଛି, ଲୋକମାନେ ଜୀବିକା ନିର୍ବାହରୁ ବଞ୍ଚିତ ହୋଇଛନ୍ତି । ଏଠାକାର ଅଧିବାସୀଙ୍କ ମଧ୍ୟରୁ ମତ୍ସ୍ୟଜୀବୀମାନେ ମାଛ ବ୍ୟାପାର କରିବା, କୃଷିଜୀବୀମାନେ ବାଣିଜ୍ୟ ବ୍ୟବସାୟ କରିବା ତଥା ଅନ୍ୟ ଛୋଟକାଟିଆ ବ୍ୟବସାୟୀ, ମୂଲିଆ, ମିସ୍ତ୍ରୀରେ ନିୟୋଜିତ ଥିବା ଲୋକମାନେ ଏଵଂ ଉକ୍ତ ବାସିନ୍ଦାଙ୍କର ପିଲାମାନେ ସ୍କୁଲ, କଲେଜ, ଟ୍ୟୁସନ୍‌କୁ ଯିବାରେ ଅସୁବିଧା ଦେଖାଦେଇଛି । ବଜାରକୁ ଯିବାରେ ଆଦି ସବୁ କ୍ଷେତ୍ରରେ ଉକ୍ତ ଅଞ୍ଚଳର ବାସିନ୍ଦା ଅହେତୁକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏନେଇ ଗୁରୁବାର ଜିଲ୍ଲାପ୍ରଶାସନ ଓ ଜିଲ୍ଲା ପୋଲିସ୍ ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି । ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରିବା ସାଂଗକୁ ଏବଂ ଗଞ୍ଜାମ ଆରକ୍ଷୀ ଅଧୀକ୍ଷକ ଜଗମୋହନ ମୀନାଙ୍କୁ ଭେଟି ଏହି ସମସ୍ୟାର ପ୍ରତିକାର ବ୍ୟବସ୍ଥା କରିବା ପୂର୍ବକ ଜରୁରୀ ସମାଧାନ କରି ଲୋକଙ୍କ ସାଧାରଣ ଜୀବନ ଯାତ୍ରାରେ ପ୍ରତିବନ୍ଧକ ହଟାଇବାକୁ ଦାବୀ ହୋଇଛି ।
ସର୍ବୋପରି ଜାତୀୟ ରାଜପଥରେ ପ୍ରତିବନ୍ଧକ ପ୍ରଥା ହଟାଇବାକୁ ଅନୁରୋଧ କରିଛନ୍ତି । ଗତ ଜାନୁଆରୀ ୨୫ତାରିଖରୁ ଏହି ପ୍ରତିବନ୍ଧକ ପ୍ରଥା ସ୍ବରୂପ ଗଞ୍ଜାମ ଟାଉନ ଥାନା ପକ୍ଷ ରୁ ଏହି ରାସ୍ତା ବନ୍ଦ କରି ଦିଆଯାଇଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏହି ପ୍ରଥା ଉଚ୍ଛେଦ ନ କଲେ ଗ୍ରାମବାସୀ ରାଜରାସ୍ତାକୁ ଓହ୍ଲାଇ ଜନ-ଆନ୍ଦୋଳନ କରିବେ ବୋଲି ଜିଲ୍ଲା ପୋଲିସ ଏବଂ ଗଞ୍ଜାମ ଜିଲ୍ଲା ସାଧାରଣ ପ୍ରଶାସନଠାରେ ଚେତାବନୀ ଦେଇଛନ୍ତି ।।

Leave A Reply

Your email address will not be published.

two × two =