om academy

ଲୋଇସିଂହା ବିଧାୟକଙ୍କ ବିନ୍ଧାପାଲି ଆଂଚଳିକ ଧନୁଯାତ୍ରା କଂସ ଦରବାରରେ ରାଜ ଅତିଥି ଭାବେ ଯୋଗଦାନ

jsm

ଆଗଲପୁର, (ସୁଶିଳ କୁମାର ମିଶ୍ର) : ଆଗଲପୁର ବ୍ଲକ ଭରସୁଜା ପଂଚାୟତ ବିନ୍ଧାପାଲି ଠାରେ ଚାଲିଥିବା ଆଂଚଳିକ ଧନୁଯାତ୍ରା କଂସ ଦରବାରରେ ରାଜ ଅତିଥି ଭାବେ ଲୋଇସିଂହା ବିଧାୟକ ଡକ୍ଟର ମୁକେଶ ମହାଲିଙ୍ଗ ନିମନ୍ତ୍ରଣ ପାଇ ଯୋଗ ଦେଇଥିଲେ । ଆଖପାଖ ୮ଗୋଟି ଗ୍ରାମକୁ ନେଇ ଚାଲିଥିବା ଆଂଚଳିକ ଧନୁଯାତ୍ରା କଂସ ଦରବାରରେ ଶ୍ରୀ ମହାଲିଙ୍ଗ ନିର୍ମାଣାଧୀନ ପେଣ୍ଡାଲର ଛାତ କାମ ଖୁବଶୀଘ୍ର ସମାପ୍ତ କରି ଆଗାମୀ ବର୍ଷ ଉକ୍ତ ପେଣ୍ଡାଲରେ ଦରବାର ହେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଆଗଲପୁର ବିଜେପି ମଣ୍ଡଳ ସଭାପତି ଉମେଶଚନ୍ଦ୍ର ପଟେଲ, ଯୁବନେତା ସମୀର ସିଂଦେଓ, ଆଗଲପୁର ପୂର୍ବତନ ସରପଂଚ କୃଷ୍ଣଚନ୍ଦ୍ର ମେହେର, ଭରସୁଜା ପଂଚାୟତର ହିମାଂଶୁ ସାହୁ, ପ୍ରମୁଖ ଉପସ୍ଥିତ ଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଆଗଲପୁର ମଣ୍ଡଳ ଭାରତୀୟ ଜନତା ପାର୍ଟି ପକ୍ଷରୁ ଧନୁଯାତ୍ରା କମିଟିର ସଭାପତି ତ୍ରିନାଥ ଭୋଇ, ସଂପାଦକ-ପବିତ୍ର ସାହୁ, କୋଷାଧ୍ୟକ୍ଷ ବାଳଗୋପାଳ ସାହୁଙ୍କୁ ମାନପତ୍ର ଓ ଔପଢୋକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ କଂସ ଭୂମିକାରେ ପ୍ରଫୁଲ୍ଲ ମେହେରଙ୍କ ଅଭିନୟ ଦର୍ଶକ ମାନଂକୁ ବେଶ ଆକର୍ଷିତ କରିଥିଲା । ଶେଷରେ ମହାରାଜ କଂସଙ୍କ ନିର୍ଦେଶରେ ଠିକାଦାର ଲଳିତ ସାହୁ ଅତିଥି ମାନଙ୍କୁ ଧନ୍ୟବାଦ ଅର୍ପଣ କରି ଆଗାମୀ ବର୍ଷରେ ଆପଣମାନଙ୍କ ସାହାଯ୍ୟ ଓ ସଯୋଗରେ ଆହୁରି ଉଚ୍ଚକୋଟିର ଧନୁଯାତ୍ରା ଉତ୍ସବ ଅନୁଷ୍ଠିତ ହେବ ବୋଲି କହିଥିଲେ ।

Leave A Reply

Your email address will not be published.