csstore

ବଲାଙ୍ଗିର ନୂଆଁପଡା ରେଳପଥ ନିର୍ମାଣ ଶୀଘ୍ର ଆରମ୍ଭ ହେବ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ପ୍ରବୁଦ୍ଧ ପାଠକ ସଂସଦ, ବଲାଙ୍ଗିର ତରଫରୁ ରେଳ ଉପଭୋକ୍ତ ସଂଘ ବଲାଙ୍ଗିରର ପୂର୍ବତନ ସଂପାଦକ ନାରାୟଣ ପାଢୀଙ୍କୁ ଉଲ୍ଲେଖନୀୟ କାର୍ଯ୍ୟ ନିମନ୍ତେ ସମ୍ମାନିତ କରାଯାଇଛି । ସ୍ଥାନୀୟ ମଣ୍ଣିଂ ଟି କ୍ଲବର ସଦସ୍ୟଙ୍କ ଗହଣରେ ପାଠକ ସଂସଦର ସଭାପତି ଧର୍ମବ୍ରତ ରଥ ଶ୍ରୀ ପାଢୀଙ୍କୁ ମାନପତ୍ର ପ୍ରଦାନ କରିଥିବା ବେଳେ ସାଧାରଣ ସଂପାଦକ ଦିବାକର ହୋତା ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ । ନାରାୟଣ ପାଢୀ ଆଶାବ୍ୟକ୍ତ କରି କହିଥିଲେ ଯେ, ବଲାଙ୍ଗିରବାସୀଙ୍କ ବହୁ ଦିନର ସ୍ୱପ୍ନ ବଲାଙ୍ଗିର ନୂଆଁପଡା ରେଳପଥ ତଥା କଂଟାବାଞ୍ଜି ନବରଙ୍ଗପୁର ନୂତନ ରେଳପଥ ଡବଲ ଇଞ୍ଜିନ ସରକାରଙ୍କ କାର୍ଯ୍ୟକାଳ ମଧ୍ୟରେ ନିଶ୍ଚିତ ଭାବରେ ପୁରଣ ହୋଇପାରିବ । ଚୁଡେନ୍ଦ୍ର ବେହେରାଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମଣ୍ଣିଂ କ୍ଲବର ବରିଷ୍ଠ ସଦସ୍ୟ ସୁଧାଂଶୁ ଶେଖର ଦର୍ଜୀଙ୍କ ସହ ସଦସ୍ୟ ବିନୟ ମିଶ୍ର, ଦାମୋଦର ଓତା, ଶିବନାରାୟଣ ମହାଣା, ମଧୁସୁଦନ ସେଠ, ସୁରେନ୍ଦ୍ର ନେଗୀ, ତ୍ରିଲୋଚନ ଦାଶ, ପ୍ରଦ୍ୟୁମ୍ନ ଗଡତ୍ୟା, ପ୍ରମୋଦ ଗୁରୁ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

jayashree
Leave A Reply

Your email address will not be published.