jayashree

ଗାଳ୍ପିକା ମିନାକ୍ଷୀରାଣୀ ମିଶ୍ର ପାଇବେ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଲୋଇସିଂହା ହରେକୃଷ୍ଣ ମହତାବ ହାଇସ୍କୁଲର କଳା ଶିକ୍ଷୟିତ୍ରୀ ମିନାକ୍ଷୀରାଣୀ ମିଶ୍ର ବଲାଙ୍ଗିର ଜିଲ୍ଲାର ଏକମାତ୍ର ଶିକ୍ଷକ/ଶିକ୍ଷୟିତ୍ରୀ ଭାବରେ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି । ପଞ୍ଚସଖା ଶିକ୍ଷା ସେତୁ ସଂଗଠନ ପରାମର୍ଶକ୍ରମେ ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ ତାଙ୍କୁ ରାଜ୍ୟସ୍ତରୀୟ ଗୁରୁଦିବସ ଅବସରରେ ଭୁବନେଶ୍ୱର ସ୍ଥିତ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ ବୋଲି ଜଣାପଡ଼ିଛି । ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ତଥା ବିଭିନ୍ନ ସ୍ତରରୁ ତାଙ୍କୁ ଅଭିନନ୍ଦନର ସୁଅ ଛୁଟିଛି । ସେ ଗତଥର ମଧ୍ୟ ଜିଲ୍ଲାସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଲାଭ କରିଥିଲେ । ତଥା ଗଳ୍ପ ରଚନା କ୍ଷେତ୍ରରେ ମଧ୍ୟ ନିଜର ସ୍ୱତନ୍ତ୍ରତା ପାଇଁ ଶ୍ରୀମତୀ ମିଶ୍ର କଥା ନବପ୍ରତିଭା ପୁରସ୍କାର ୨୦୧୫ରେ ସମ୍ମାନିତ ହୋଇସାରିଛନ୍ତି ।

Leave A Reply

Your email address will not be published.