jayashree

ଦେଓଗାଁ ବନାଞ୍ଚଳରେ ହାତୀ ଆତଙ୍କ : ଯୁବକଙ୍କୁ ଦଳି ମାରିଲା ହାତୀ

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ଦେଓଗାଁ ବନାଞ୍ଚଳରେ ହାତୀ ଆତଙ୍କ । ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ । ଦେଓଗାଁ ଥାନା ଗାଈବାହାଲ ପଞ୍ଚାୟତ ଅନ୍ତର୍ଗତ ଜୁର୍ଲାକାନି ଫାର୍ମ ନିକଟରେ ଘଟିଛି ଏହି ଅଘଟଣ । ମୃତ ଯୁବକ ହେଲେ ଗାଈବାହାଲ ଗାଁର ଲେକୃ ବୁଦ୍ଧିଆଙ୍କ ପୁଅ ମନୁ ବୁଦ୍ଧିଆ । ସୂଚନା ଅନୁସାରେ, ନିଜ ଚାଷଜମିରେ ଥିବା ସମୟରେ ହାତୀ ତାଙ୍କୁ ଦଳି ଦେଇଥିଲା । ଘଟଣା ପରେ ଗାଁରେ ଶୋକର ଛାୟା ଖେଳିଯାଇଛି । ଦୀର୍ଘଦିନ ଧରି ଅଞ୍ଚଳରେ ହାତୀପଲ ଘୁରି ବୁଲୁଥିବା ବେଳେ ଚାଷଜମି ଓ ଫସଲ ନଷ୍ଟ କରୁଥିବା ଅଭିଯୋଗ ହୋଇଛି । ଏବେ ହାତୀ ଆକ୍ରମଣରେ ଜୀବନ ଯିବା ପରେ ଅଞ୍ଚଳବାସୀ ଚିନ୍ତାରେ । ମୃତକଙ୍କ ପରିବାରକୁ ସରକାରୀ ସହାୟତା ଦାବି ହୋଇଛି । ଅନ୍ୟପଟେ, ବନ ବିଭାଗ ହାତୀଙ୍କ ଗତିବିଧି ଉପରେ ନଜର ରଖିବା ସହ ଲୋକଙ୍କୁ ସଚେତନ କରୁଛି ।

Leave A Reply

Your email address will not be published.