ଝାରସୁଗୁଡା ଜିଲ୍ଲାରେ ଅଭାବନୀୟ ଘଟଣା : ବାପାକୁ ହତ୍ୟା କରି ପୁଅ ଗିରଫ

ଝାରସୁଗୁଡା : ବାପାକୁ ହତ୍ୟା କରି ପୁଅ ଗିରଫ ହୋଇଛି ବୋଲି ଝାରସୁଗୁଡା ଜିଲ୍ଲା ବଡମାଲ ଥାନା ଅଧିକାରୀ ଅମିତାଭ ପଣ୍ଡା ସୂଚନା ଦେଇଛନ୍ତି । ଖବର ଅନୁସାରେ ଝାରସୁଗୁଡା ଜିଲ୍ଲା ବଡମାଲ ଥାନା ଅ‌ନ୍ତର୍ଗତ ବଞ୍ଜାରୀ ଗ୍ରାମ ହରିଜନ ପଡାର ଲକ୍ଷ୍ମଣ ଚନ୍ଦ୍ର ବେହେରା ଓ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ ମଙ୍ଗଳବାର ରାତିରେ ଝଗଡା ହୋଇଥିଲା । ଏହି ସମୟରେ ପୁଅ ମାନିକ ଚନ୍ଦ୍ର ଆସି ବାପାଙ୍କୁ ଝଗଡା ନ କରିବା ପାଇଁ କହିଥିଲା । ହେଲେ ଲକ୍ଷ୍ମଣ କିଛି ନଶୁଣି ଉଭୟ ମା’ପୁଅକୁ ଗାଳିଗୁଳଜ କରିଥିଲେ । ଏଥିରେ ମାନିକ ଉତ୍ତ୍ୟକ୍ତ ହୋଇ ଏକ କଟୁରୀରେ ତାଙ୍କ ବାପା ଲକ୍ଷ୍ମଣଙ୍କୁ ବାରମ୍ବାର ଆକ୍ରମଣ କରିଥିବାରୁ ସେ ରକ୍ତାକ୍ତ ଅବସ୍ଥାରେ ତଳେ ପଡ଼ିଯାଇଥିବା ବେଳେ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ ହେଲେ ସେଠାରେ ଚିକିତ୍ସିତ ଅବସ୍ଥାରେ ଲକ୍ଷ୍ମଣଙ୍କ ମୃତ୍ୟୁ ହୋଇଥିଲା । ଏନେଇ ଲକ୍ଷ୍ମଣଙ୍କ ଭାଇ ବିରେନ୍ଦ୍ର ବେହେରା ଆଜି ସକାଳେ ବଡମାଲ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଏକ ମାମାଲା ରୁଜୁ କରି ମାନିକଙ୍କୁ ଗିରଫ ସହ ହତ୍ୟାରେ ବ୍ୟବହୃତ କଟୁରୀ ଜବତ କରିଛି ।

jittmm
Leave A Reply

Your email address will not be published.