ବିଜେପି ଓ ନାରୀ ‘ଦ ଭଏସ ଅଫ ଓମେନ୍’ ଦ୍ଵାରା ପ୍ରେସ ମିଟ୍

ଟିଟିଲାଗଡ, (ଗୌରବ ଦର୍ଜୀ) : ଆଜି ଟିଟିଲାଗଡ ପିଡବ୍ଲୁଡି ବଙ୍ଗଳା ଠାରେ ଭାରତୀୟ ଜନତା ପାର୍ଟି ଓ ନାରୀ ‘ଦ ଭଏସ ଅଫ ଓମେନ୍’ର ମିଳିତ ସଂଯୋଜନାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଗତ କାଲି ଟିଟିଲାଗଡ ଥାନାରେ ହୋଇଥିବା ଏକ ଲଜ୍ଜା ଜଣକ ମାମଲାର ତୀବ୍ର ନିନ୍ଦା କରିଛନ୍ତି ଉଭୟ ଟିଟିଲାଗଡ ଭାଜପା ଏବଂ ନାରୀ ‘ଦ ଭଏସ ଅଫ ଓମେନ୍’ ଅନୁଷ୍ଠାନ । ଭାଜପା ନଗର ସଭାପତି ପ୍ରଶାନ୍ତ ଷଡ଼ଙ୍ଗୀ ଏବଂ ନାରୀ ‘ଦ ଭଏସ ଅଫ ଓମେନ୍’ ଅନୁଷ୍ଠାନର ସଭାପତି ଅଞ୍ଜଳି ବେହେରାଙ୍କ ନେତୃତ୍ୱରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜଣେ ଦିବ୍ୟଙ୍ଗ ନାବାଳିକାର ଡାକ୍ତର ଖାନା ଭିତରେ ଶିଶୁ ରୋଗ ବିଭାଗର ପାଇଖାନାରେ ଦୁଷ୍କର୍ମ କରିବା ଭଳି ଲଜ୍ଜା ଜନକ ଓ ଅମାନବୀୟ ଘଟଣାର ଉଚିତ୍ ତଦନ୍ତ କରି ଅଭିଯୁକ୍ତ ବିରୋଧରେ ଦୃଢ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବୀ କରିଛନ୍ତି । ରାଜ୍ୟରେ ଦିନକୁ ଦିନ ଆଇନ ପରିସ୍ଥିତି ବିପର୍ୟ୍ୟସ୍ତ ଅବସ୍ଥାକୁ ଯାଉଥିବାରୁ ତୀବ୍ର ଉଦବେଗ ପ୍ରକାଶ କରିଛନ୍ତି । ଟିଟିଲାଗଡ ଭଳି ଶାନ୍ତ ସରଳ ସହରରେ ଏପରି ଅମାନବୀୟ କାଣ୍ଡ ସହରକୁ କଳୁଷିତ କରି ଦେଇଛି ବୋଲି ଅଭିଯୋଗ କରିଛନ୍ତି । ଟିଟିଲାଗଡରେ ମହିଳା ଓ ଶିଶୁ ବିକାଶ ତଥା ମିଶନ ଶକ୍ତି ମନ୍ତ୍ରୀ ରହିଥିବା ବେଳେ ଏ ଘଟଣାରେ ନିରବତା ରହିବା ନେଇ ପ୍ରଶ୍ନ ବାଚି ସୃଷ୍ଟି କରିଛନ୍ତି । ଏମିତିକି ପୀଡ଼ିତଙ୍କ ପରିବାରର ଏତଲାକୁ ପୋଲିସ ପ୍ରଥମେ ଗ୍ରହଣ ନକରିବା ଓ ପରବର୍ତ୍ତୀ ସମୟରେ ଟିଟିଲାଗଡ ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତା ଗଣଙ୍କ ହସ୍ତକ୍ଷେପ ପରେ ପୋଲିସ ମାମଲା ରୁଜ୍ଜୁ କରିବା ନେଇ ପୋଲିସର କାର୍ୟ୍ୟପନ୍ଥା ଉପରେ ଅଙ୍ଗୁଳି ଉଠାଉଛନ୍ତି । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଭାଜପାର ନଗର ସଭାପତି ସମେତ ଭାଜପାର ନଗର ସଭାପତି ପ୍ରଶାନ୍ତ ଷଡ଼ଙ୍ଗୀ, ମିଡ଼ିଆ ପ୍ରଭାରୀ ଆଲୋକ ନାୟକ, ଉପ ସଭାପତି ରାଜେଶ ଅଗ୍ରୱାଲ, ସଦସ୍ୟ ଲିଙ୍ଗରାଜ ନାୟକ ଓ ନାରୀ ‘ଦ ଭଏସ ଅଫ ଓମେନ୍’ର ସଭାପତି ଅଞ୍ଜଳି ବେହେରା, ଉପ ସଭାପତି ସୁଜାତା ଖୋସଲା, କୋଷାଧ୍ୟକ୍ଷ ଗୀତାଞ୍ଜଳି ସାହୁ, ସବିତା ପଟ୍ଟନାୟକ , ଅନୁପମା ନାୟକ, ଟିକେଶ୍ୱରି ନାୟକ , ମମତା ନାୟକ ଓ ସନ୍ଧ୍ୟା ପାଣ୍ଡେ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.