jsm

ଜୟପାଟଣା କାର୍ଯ୍ୟରତ ସାମ୍ବାଦିକ ସଂଘର ରାଷ୍ଟ୍ରୀୟ ପ୍ରେସ ଦିବସ

csstore

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ସ୍ଥିତ ପର୍ଶୁରାମ ପେଲେସ ଠାରେ ଜୟପାଟଣା କାର୍ଯ୍ୟରତ ସାମ୍ବାଦିକ ସଂଘର ରାଷ୍ଟ୍ରୀୟ ପ୍ରେସ ଦିବସ ଦୃଢ଼ ସଂକଳ୍ପର ସହ ପାଳିତ ହୋଇଯାଇଛି । ଏହି ଅବସରରେ ଆଞ୍ଚଳିକ ବିକାଶ, ସଶକ୍ତ ସଂଗଠନ ଓ ଆନୁପାତିକ ଅଧିକାର ଉପରେ ବ୍ୟାପକ ଆଲୋଚନା କରାଯାଇଥିଲା । ଆୟୋଜିତ ସମାରୋହରେ ସଂଗଠନର ସଭାପତି ଦିଲ୍ଲୀପ କୁମାର ରାଉତ ଅଧ୍ୟକ୍ଷତା କରିଥିବା ବେଳେ ବିଡିଓ ଧର୍ମରାଜ ମାଝୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଆଞ୍ଚଳିକ ବିକାଶ କ୍ଷେତ୍ରରେ ସାମ୍ବାଦିକ ମାନଙ୍କ ନିଷ୍ଠାପର ଉଦ୍ୟମକୁ ପ୍ରଶଂସା କରିବା ସହିତ ସାମାଜିକ ନ୍ୟାୟ ଓ ବିକାଶମୁଖୀ ଖବର ପ୍ରସାରଣକୁ ଗୁରୁତ୍ଵ ଦେଇଥିଲେ । ମୁଖ୍ୟବକ୍ତା ଭାବରେ ବରିଷ୍ଠ ସାମ୍ବାଦିକ ଶେଷଦେବ ବେହେରା ଯୋଗଦେଇ ଅପହଞ୍ଚ ଇଲାକାର ବିକାଶ ସହିତ ମୌଳିକ ବିକାଶକୁ ମଧ୍ୟ ଅଗ୍ରାଧିକାର ଦେଇ ଲେଖନୀକୁ ସଶକ୍ତ କରିବା ପାଇଁ ଆହ୍ୱାନ ଦେଇଥିଲେ । ବରିଷ୍ଠ ସାମ୍ବାଦିକ ଅର୍ଜୁନ ପଟ୍ଟନାୟକ, ପ୍ରାଣ ରଞ୍ଜନ ବେହେରା, ଭାସ୍କର ପ୍ରସାଦ ବେହେରା, ନିମନ୍ତ୍ରିତ ଅତିଥି ରୁଦ୍ର ପ୍ରସାଦ ପାଣିଗ୍ରାହୀ ପ୍ରମୁଖ ଅତିଥି ଭାବରେ ଯୋଗ ଦେଇଥିଲେ । ସଂଗଠନର ଉପ ସଭାପତି ପ୍ରଭାକର ପଟ୍ଟନାୟକ, ବରିଷ୍ଠ ସାମ୍ବାଦିକ ପ୍ରବୀର ଭରଦ୍ୱାଜ, ନିହାର ରଞ୍ଜନ ବେହେରା, ଅଶ୍ରଫ ଅଲ୍ଲୀ, ସମୀକ୍ଷା ପ୍ରହରାଜ, ଯୁଧିଷ୍ଠିର ସୁନା, ରାଜେନ୍ଦ୍ର ପଣ୍ଡା, ମୃଣ୍ମୟ ପଣ୍ଡା, ବ୍ୟୋମକେଶ ପଣ୍ଡା, ଗୋଲାପ ସାହୁ, ଚିତ୍ରସେନ ବାଗ, ରଶ୍ମି ରଞ୍ଜନ ଠାକୁର, ଜୀବନ କନ୍ଦପାନ ପ୍ରମୁଖ ପରିଚାଳନା କରିଥିଲେ ।

yuvodaya
Leave A Reply

Your email address will not be published.