
- ଶ୍ରେଷ୍ଠ ସ୍ଥାନରେ ସକ୍ଷମ ଯୋଶୀ
ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ଚଞ୍ଚରାପଡ଼ା ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସି ବି ଏସ ସି ଦଶମର ଫଳ ଘୋଷଣା ହୋଇଥିବା ବେଳେ ଶିକ୍ଷାନୁଷ୍ଠାନର ୯୩.୩୮ପ୍ରତିଶତ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଥିବା ସୂଚନା ମିଳୁଛି । ଛଅ ଜଣ ଛାତ୍ରଛାତ୍ରୀ ନବେ ପ୍ରତିଶତରୁ ଅଧିକ ମାର୍କରଖି ପାସ କରିଥିବା ବେଳେ ୧୯ଜଣ ଛାତ୍ରଛାତ୍ରୀ ୮୦ ପ୍ରତିଶତରୁ ଅଧିକ ମାର୍କରଖି କୃତକାର୍ଯ୍ୟ ହୋଇଥିବା ସୂଚନା ମିଳିଛି । କଳାହାଣ୍ଡି ଜିଲ୍ଲାର ସମସ୍ତ ଆଦର୍ଶ ବିଦ୍ୟାଳୟ ମଧ୍ୟରୁ ଜୟପାଟଣାର ଅବସରପ୍ରାପ୍ତ ଶିକ୍ଷକ ବିଜୟ କୁମାର ଯୋଶୀଙ୍କ ପୁତ୍ର ସକ୍ଷମ ଯୋଶୀ ସର୍ବାଧିକ ୯୭.୮ ମାର୍କରଖି ଅଞ୍ଚଳ ପାଇଁ ଗର୍ବ ଆଣିଥିବା ଆଲୋଚନା ହେଉଛି । ସେହିପରି ଯଥାର୍ଥ ମୁଣ୍ଡ ୯୫.୬, ଜାହ୍ନବୀ ଅଗ୍ରୱାଲ ୯୪.୮, ପ୍ରତ୍ୟାଶା ଖମାରୀ ୯୩.୮, କରିଶ୍ମା ଭାଟି ୯୩.୬, ନନ୍ଦିନୀ ଝାଙ୍କର ୯୦.୬ ପ୍ରତିଶତ ମାର୍କ ରଖି ପାସ କରିବା ସହିତ ବିଦ୍ୟାଳୟର ଗୌରବ ବଢ଼ାଇଥିବା ଜଣାପଡିଛି । ପୁନଶ୍ଚ ବିଦ୍ୟାଳୟର ପାଞ୍ଚଜଣ ଛାତ୍ରଛାତ୍ରୀ ଗଣିତ ଓ ସୂଚନା ଓ ପ୍ରଯୁକ୍ତି ବିଭାଗରେ ଶତ ପ୍ରତିଶତ ମାର୍କ ରଖିଥିବା ସୂଚନା ମିଳିଛି । ପାସହାରକୁ ନେଇ ବିଦ୍ୟାଳୟର ଅଧ୍ୟକ୍ଷ ଗିରିଶ ଚନ୍ଦ୍ର ପଟେଲ ସମସ୍ତ ବିଭାଗର ଶିକ୍ଷକ, ଛାତ୍ରଛାତ୍ରୀ ଓ ଅଭିଭାବକ ଅଭିଭାବିକା ସମସ୍ତଙ୍କୁ ସଫଳତା ପାଇଁ ଶ୍ରେୟ ଦେଇଛନ୍ତି ।