pakka

ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ରାଜ୍ୟ ଶିଶୁ କଲ୍ୟାଣ ପରିଷଧ ଦ୍ୱାରା ରାଜ୍ୟ ସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜିତ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ରାଜ୍ୟ ଶିଶୁ କଲ୍ୟାଣ ପରିଷଧ ଦ୍ୱାରା ଆୟୋଜିତ ରାଜ୍ୟ ସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା ସରକାରୀ ବାଳିକା ବିଦ୍ୟାଳୟ ବଲାଙ୍ଗିର ନଗର ଠାରେ ବିଭିନ୍ନ ବର୍ଗ ଯେପରିକି ସାଧାରଣ ବର୍ଗ ସବୁଜ, ନୀଳ ଓ ଧଳା ସେହିପରି ଦିବ୍ୟାଙ୍ଗ ଶିଶୁ ଭାଇ ଭଉଣୀଙ୍କର ୩ଟି ବିଭାଗ ମାନସିକ, ଶ୍ରବଣ ବାଧିତ ଓ ଦୃଷ୍ଟିଶକ୍ତି ବାଧିତ ଉଭୟ କନିଷ୍ଟ, ମଧ୍ୟମ ଓ ଉଚ୍ଚ ବର୍ଗ ବୟସ ଭିତରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସାଧାରଣ ବର୍ଗରୁ ୧୦୨ ଓ ଦିବ୍ୟାଙ୍ଗ ବର୍ଗରୁ ୪୦ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ । ପ୍ରଥମ ଓ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ପ୍ରତ୍ୟେକ ବର୍ଗରୁ ପୁରସ୍କୃତ କରିବାର ବିଧି ବ୍ୟବସ୍ଥା ରହିଅଛି । ପରବର୍ତ୍ତୀ ପର୍ଯ୍ୟାୟରେ ସେହି ଚିତ୍ରାଙ୍କନ ଗୁଡିକୁ ରାଜ୍ୟସ୍ତରକୁ ପଠାଯାଇ ସେଠାରେ ପ୍ରଥମ ଓ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯିବାର ପ୍ରାବଧାନତା ରହିଛି । ଏହି ପ୍ରତିଯୋଗିତାକୁ ବଲାଙ୍ଗିର ଉପଜିଲ୍ଲାପାଳ, ତହସିଲଦାର, ଜିଲ୍ଲା ସୂଚନା ଅଧିକାରୀ, ଶିଶୁ ମଙ୍ଗଳ ସମିତିର ସଦସ୍ୟ ଗୋଦାବରୀଶ ରଥ ଓ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନରେନ୍ଦ୍ର ନାଥ ମିଶ୍ର ଓ ଶ୍ରୀମତୀ ଲକ୍ଷ୍ମୀ ସିଂ ଡିସିପିଓଙ୍କ କର କମଳରେ ଉଦ୍‌ଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଶ୍ରୀମତୀ ଲକ୍ଷ୍ମୀ ସିଂ ସଭାପତିତ୍ୱ କରିଥିବା ବେଳେ ଦିଗମ୍ବର କର ଆଇପି ପରୀକ୍ଷକ ଅଧିକାରୀ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପରିଚାଳନା କରିଥିଲେ । ଏହି କାର୍ଯ୍ୟରେ ସୁଧାଶୁଂ ଶେଖର କୁମ୍ଭାର, ନିର୍ମଳ ଶର୍ମା, ଅରୁଣ କୁମାର ଖୁଆସ, ସୁଦାମ ସୁନା ପ୍ରମୋଦ କୁମାର ବଗର୍ତ୍ତୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Leave A Reply

Your email address will not be published.

eight + fourteen =