csstore

ଦଳିତ ସମୁଦାୟଙ୍କ ପକ୍ଷରୁ ପ୍ରତିବାଦ ଦିବସ ପାଳିତ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ଦଳିତ ଖ୍ରୀଷ୍ଟିଆନ ଓ ମୁସଲମାନ ଭାଇ ଭଉଣୀମାନଙ୍କୁ ଅନୁସୂଚିତ ଜାତି ତାଲିକାରୁ ବାଦ ଦେବା ଯୋଗୁଁ ଅଗଷ୍ଟ ୧୦ ତାରିଖରେ ପ୍ରତିବାଦ ଦିବସ ଭାବେ ପାଳନ କରି ଆସୁଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ନେସ୍‌ନାଲ୍‌ କାଉନସିଲ ଅଫ ଦଳିତ ଖ୍ରୀଷ୍ଟିଆନ ବରଗଡ଼ ଜିଲ୍ଲା ଶାଖା ପକ୍ଷରୁ ପ୍ରଧାନ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ବରଗଡ଼ ଅତିରିକ୍ତ ଜିଲ୍ଲାପାଳ ମିର୍ଦ୍ଧା ଟପ୍ପୋଙ୍କୁ ପ୍ରଦାନ କରିଥିଲେ । ଏଠାରେ ସୂଚନାଯୋଗ୍ୟ ଯେ, ଅଗଷ୍ଟ ୧୦ ତାରିଖରେ ଭାରତୀୟ ସମ୍ବିଧାନର(୧୯୫୦ ସପ୍ସଶୋଧନ) ଧାରା ୩୪୦ କ୍ଲଜ-୧ ପାରା ୩ ଅନୁଯାୟୀ ଅନୁସୂଚିତ ଜାତି ତାଲିକାରୁ ବାଦ ଦିଆଯାଇଛି । ଏହାର ପ୍ରତିବାଦରେ ଆଜି ଦେଶବ୍ୟାପୀ ଦଳିତ ଭାଇ ଭଉଣୀମାନେ ତାଙ୍କ ହକ୍ ପାଇଁ ଆଜି ପ୍ରତିବାଦ ଦିବସ ପାଳନ କରୁଛନ୍ତି । ଆଜି ନେସ୍‌ନାଲ୍‌ କାଉନସିଲ୍‌ ଅଫ୍‌ ଦଳିତ ଖ୍ରୀଷ୍ଟିଆନ ଓଡ଼ିଶା ଚାପ୍ଟର ବରଗଡ଼ ଜିଲ୍ଲା ସଭାପତି ଚନ୍ଦ୍ରମଣି ତାଣ୍ଡିଙ୍କ ନେତୃତ୍ୱରେ ଉପସଭାପତି ସୁନୀଲ ସାଗର, ସମ୍ପାଦକ ଡି. ଆର ନାଗ, ହିକମତ୍ ବାଗ, ଡ. ସୁକାନ୍ତ କୁମାର ବାଗ, ଡ. ବଳରାମ ସାଗର, ରମେଶ ନନ୍ଦ, ଜ୍ୟୋତିଷ କୁମାର, ଉଜ୍ଜ୍ୱଳ ବିଭାର, ଜନ ସିଂ, ରାଜୁ ନାଗ, ୟାକୁବ ତାଣ୍ଡି, ଯୋଶେଫ ଦୀପ, କପିଲ୍ କରାଡ, ସାମସନ କୁମାର ପ୍ରମୁଖ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.