om academy

ପିଇବାପାଣି ପାଇଁ ପ୍ରତିବାଦ କରି ରାସ୍ତାକୁ ଓହ୍ଲାଇଲେ ହରଭଙ୍ଗା ବ୍ଲକ ଧଳପୁର ମହିଳା ଓ ଜନସାଧାରଣ

jsm

ବୌଦ୍ଧ, (ମମତା ମହାକୁର) : ବୌଦ୍ଧଜିଲ୍ଲା ଗ୍ରୀଷ୍ମ ପ୍ରବାହରେ ରାଜ୍ୟରେ ରେକର୍ଡ କରିଥିବା ବେଳେ ଜିଲ୍ଲାର ସମସ୍ତ ଅଞ୍ଚଳରେ ଜଳାଭାବ ପରିଲକ୍ଷିତ ହେଉଛି । ପୋଖରୀ ଗାଡିଆ ଓ କୂଅଗୁଡିକ ଶୁଖିଲା ହୋଇ ସାରିଥିବା ବେଳେ ନଳକୂପ ଗୁଡିକର ମରାମତି ଅଭାବରୁ ଲୋକେ ପିଇବା ପାଣି ପାଇଁ ଡହଳ ବିକଳ ହେଉଛନ୍ତି । ଆଜି ପିଇବାପାଣି ପାଇଁ ହରଭଙ୍ଗା ବ୍ଲକ ଧଳପୁର ବେତ୍ରାସାହିର ମହିଳା ଓ ଜନସାଧାରଣ ପ୍ରତିବାଦ କରି ରାସ୍ତାକୁ ଓହ୍ଲାଇଛନ୍ତି । ଆଜି ସକାଳ ପ୍ରାୟ ୧୦ ଘଣ୍ଟା ସମୟରେ ମହିଳା ମାନେ ଧଳପୁର୍‌ – ପୁରୁଣା କଟକ ପୂର୍ତ୍ତବିଭାଗ ରାସ୍ତାରେ ଗରା ବାଲଟି ଧରି ଅବରୋଧ କରିଥିବା ଦେଖିବାକୁ ମିଳିଛି । ବେତ୍ରା ସାହିର ନଳକୂପଟି ଦୀର୍ଘ ଦିନ ହେଲା ଅଚଳ ହୋଇଯାଇଛି । ତାକୁ ମରାମତି କରିବା ପାଇଁ ବାରମ୍ବାର ଅଭିଯୋଗ କରାଯାଇଥିଲେ ମଧ୍ୟ ଗ୍ରାମ ପଞ୍ଚାୟତ କର୍ତ୍ତୃପକ୍ଷ ଦୃଷ୍ଟି ଦେଇନଥିଲେ । ଫଳରେ ଆଜି ଉତ୍ୟକ୍ତ ଲୋକେ ରାସ୍ତା ଅବରୋଧ କରିଥିବା ଜଣାପଡିଛି । ରିପୋର୍ଟ ଲେଖାହେବା ପର୍ଯ୍ୟନ୍ତ ରାସ୍ତା ଅବରୋଧ ଜାରିରହିଥିବା ଓ କେହି ଅଧିକାରୀ ଘଟଣାସ୍ଥଳରେ ପହଁଚିନଥିବା ଜଣାପଡିଛି । ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ମହଲରେ ଦାବୀ ହେଉଛି ।

Leave A Reply

Your email address will not be published.