pr

ସଇଁତଲାରେ ବିଜେଡି ଦଳର ଜନ ଜାଗରଣ ପ୍ରତିବାଦ ସଭା : ନିର୍ବାଚନରେ ମିଥ୍ୟା ପ୍ରତିଶୃତି ଦେଇ ଭୋଟ ହାତେଇଲେ – ଶ୍ରୀ ସିଂ ଭୋଇ

dr. purohit

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିଜୁ ଜନତା ଦଳ ତରଫରୁ ଜନ ଜାଗରଣ ପ୍ରତିବାଦ ସଭା ଆୟୋଜିତ ହୋଇଥିଲା । ଏଥିରେ ବ୍ଲକ ବିଜେଡି ସଭାପତି ଟୁନୁ ରାଜପଲିଆଙ୍କ ଅଧ୍ୟକ୍ଷତା ଅନୁଷ୍ଠିତ ବୈଠକରେ ମୋହନ ସରକାରଙ୍କ ବୈମାତୃକ ମନୋଭାବକୁ ନେଇ ବିଜେଡି ନେତାମାନେ ଅସନ୍ତୋଷ ପ୍ରକାଶ କରିଥିଲେ । ଏପରିକି ସରକାର ନିର୍ବାଚନ ସମୟରେ ଦେଇଥିବା ଭର୍ତ୍ତା ଟଙ୍କା ୩ ହଜାରକୁ ବୃଦ୍ଧି କରାଯିବ ୩୦୦ ୟୁନିଟ୍‌ ବିଦ୍ୟୁତ୍‌ ମାଗଣା ଦିଆଯିବା ସାଙ୍ଗକୁ ବିଭିନ୍ନ କ୍ଷେତ୍ରରେ ଲୋକମାନଙ୍କୁ ଭୁଆଁବୁଲାଇ ଭୋଟ୍‌ ହାତେଇଛି ବୋଲି ପ୍ରତିବାଦ ସଭାରେ ଅତିଥିମାନେ ତୀବ୍ର ସମାଲୋଚନା କରିବା ସହ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ସୁରେନ୍ଦ୍ର ସିଂ ଭୋଇ ମୁଖ୍ୟଅତିଥି ଭାବରେ ଯୋଗଦାନ କରି ବିଜେପି ସରକାରଙ୍କୁ କଡ଼ା ସମାଲୋଚନା କରିବା ସହ ଆଗାମୀ ଦିନରେ ବିଜେପି କର୍ମୀମାନଙ୍କୁ ବ୍ଲକ ମନାକରାଯିବ ବୋଲି ଉପସ୍ଥିତ କର୍ମୀମାନଙ୍କୁ ସଚେତନତା ରହିବା ପାଇଁ ପରାମର୍ଶ ଦେଇଥିଲେ । ସଭାରେ ବ୍ଲକ ଉପାଧ୍ୟକ୍ଷ ଗୁଣସାଗର ମାଝୀ, ଜିଲ୍ଲା ପରିଷଦ ସଦସ୍ୟ ହିମାଞ୍ଚଳ ବୁଡ଼େକ, ପ୍ରମୋଦ ଭୋଇ, ପୂର୍ବତନ ସରପଞ୍ଚ ଉତ୍ତମ ପଟେଲ, ପୂର୍ବତନ ସମିତି ସଭ୍ୟ ସୁବାଷ ବୁଡ଼େକ, ସମିତି ସଭ୍ୟା ଅମ୍ରିତା ଦୀପ, ସରୋଜିନୀ ବିଭାର, ଶଶୀ ମହାଲିଙ୍ଗ, ଗୀତାଞ୍ଜଳି ଖଣ୍ଡଗିରି, ଶୋଭା ଧରୁଆ, ବନିତା ସାହୁ, ମାମି ରଣା, ଦହି ଭୋଇ, ଆରତୀ ସେଠ, ମହିଳା ସଭାନେତ୍ରୀ ଦୀପାଞ୍ଜଳି ବାରିକ, ଯୁବ ସଂଗଠକ ଅମିତ ରଥ, ଆଲୋକ ବୁଡ଼େକ, ସୁବ୍ରତ ବେହେରା, ସରପଞ୍ଚ ଗଜପତି ସାହୁ, ସରପଞ୍ଚ ପ୍ରତିନିଧି ପ୍ରଦୀପ ବାଗ, ଚମ୍ପୁ ସେଠ, ବ୍ଲକ ଯୁବ ବିଜେଡି ଭୈରବ ସାହୁ, ଦିଲ୍ଲୀପ ରାଜପଲିଆ, ବଜରଙ୍ଗ ଜୈନଙ୍କ ସମେତ ବହୁ ଦଳୀୟ କର୍ମକର୍ତ୍ତାମାନେ ସାମିଲ ଥିଲେ । ଆଇନ ଶୃଙ୍ଖଳାକୁ ଦୃଷ୍ଟି ରଖି ସଇଁତଲା ଆଇଆଇସି ସୁଶାନ୍ତ କୁମାର ବଢ଼େଇଙ୍କ ତତ୍ତ୍ୱାବଧାନରେ ପିଏସ୍‌ଆଇ ରାଜେଶ ବେହେରା, ବଡ଼ମାଳ ଫାଣ୍ଡି ଅଧିକାରୀ ହରେକୃଷ୍ଣ ମାଝୀ, ବେଲଗାଁ ଫାଣ୍ଡି ଅଧିକାରୀ ଜୀବର୍ଦ୍ଧନ ମେହେର, ଏଏସ୍‌ଆଇ ଥବିର ମହାରଣା, ଟାଉନ ହାବିଲଦାର ଭୁବନେଶ୍ୱର ଭୋଇଙ୍କ ବହୁ ପୋଲିସ ବାହିନୀ ଉପସ୍ଥିତ ଥିଲେ ।

nrusinghnath
Leave A Reply

Your email address will not be published.