ପ୍ରାର୍ଥୀପତ୍ର ଯାଞ୍ଚ ପରେ କାଏମ ରହିଲେ ୭୦୪୫ ପ୍ରାର୍ଥୀ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରାର୍ଥୀପତ୍ର ଯାଞ୍ଚ୍ ପରେ ୭୦୪୫ ଜଣ ପ୍ରାର୍ଥୀଙ୍କର ପ୍ରାର୍ଥୀ ପତ୍ର କାଏମ ରହିଛି । ଜିଲ୍ଲାରେ ୨୫୩ ସରପଞ୍ଚ, ୧୨ଟି ବ୍ଲକ ପାଇଁ ୨୫୩ ସମିତି ସଭ୍ୟ, ଜିଲ୍ଲା ପରିଷଦ ସଭ୍ୟ ପାଇଁ ୩୪ ଆସନ ସକାଶେ ସମୁଦାୟ ୭୩୦୧ଟି ମନୋନୟନ ପତ୍ର ଦାଖଲ ହୋଇଥିଲା । ଗତକାଲି ପ୍ରାର୍ଥୀପତ୍ର ଯାଞ୍ଚ୍ ପରେ ୨୫୬ ଜଣଙ୍କ ପ୍ରାର୍ଥୀ ପତ୍ର ନାକଚ ହୋଇଥିଲା । ଫଳରେ ଏବେ ନିର୍ବାଚନ ମଇଦାନରେ ୭୦୪୫ ପ୍ରାର୍ଥୀ ରହିଛନ୍ତି । ଏଥିରେ ଓ୍ବାର୍ଡ ସଭ୍ୟ ସଭ୍ୟା ପାଇଁ ୪୮୮୪ ମଧ୍ୟରୁ ୧୮୭ ନାକଚ ହୋଇ ୪୬୯୭ କାଏମ ରହିଛି । ସେହିପରି ସରପଞ୍ଚ ପଦବୀ ପାଇଁ ୧୩୬୩ ପ୍ରାର୍ଥୀଙ୍କ ମଧ୍ୟରୁ ୪୫ ନାକଚ ହେବା ପରେ ୧୩୧୮ କାଏମ ରହିଛି । ପଞ୍ଚାୟତ ସମିତି ସଭ୍ୟ ସଭ୍ୟା ପାଇଁ ୯୩୧ ଜଣଙ୍କ ମଧ୍ୟରୁ ୨୨ ନାକଚ ହୋଇଥିଲା ୯୦୯ କାଏମ ରହିଛି । ଜିଲ୍ଲା ପରିଷଦ ସଭ୍ୟ ସଭ୍ୟା ପାଇଁ ୧୨୩ ମନୋନୟନ ପତ୍ର ଦାଖଲ ହୋଇଥିଲା । ଏଥିରେ ୨ ଜଣଙ୍କ ନାକଚ ହୋଇଥିଲା । ଏବେ ୧୨୧ଜଣ ନିର୍ବାଚନ ରଣାଙ୍ଗନରେ ରହିଛନ୍ତି । ଆସନ୍ତା ୨୫ ତାରିଖରେ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର ପରେ ସମ୍ପୂର୍ଣ୍ଣ ତାଲିକା ଜଣାପଡ଼ିବ ।

Leave A Reply

Your email address will not be published.

8 + nine =