ଗୁରୁଣ୍ଡା ଗ୍ରାମର ଜଣେ ଆଦିବାସୀ ଯୁବତୀଙ୍କୁ ପ୍ରେମ, ପ୍ରତାରଣା ଓ ଗର୍ଭବତୀ କରି ଧୋକ୍କା

csstore
  • ଜେଲ୍‌ଗଲା ଭୋଇପଡ଼ା ଗ୍ରାମର ଧୋକ୍କାବାଜ୍ ପ୍ରେମିକ ମୋହିତ ସରାଫ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ଜଣେ ଆଦିବାସୀ ଯୁବତୀଙ୍କ ସହ ଦୀର୍ଘ ୧୦ବର୍ଷ ଧରି ପ୍ରେମ ସମ୍ପର୍କ ରଖିବା, ବାରମ୍ବାର ପ୍ରତାରଣା, ଗର୍ଭବତୀ କରି ବାରମ୍ବାର ଗର୍ଭପାତ କରି ଧୋକ୍କା ଦେବା ଅଭିଯୋଗରେ ଜଣେ ୪୨୦ ପ୍ରେମ ପ୍ରତାରକ ତଥା ଧୋକ୍କାବାଜ୍ ପ୍ରେମିକ ଜେଲ୍ ଯାଇଥିବା ଚର୍ଚ୍ଚାର ବିଷୟ ହୋଇଛି । ସେହି କରିତକର୍ମା ପ୍ରେମିକ ପ୍ରବରଜଣଙ୍କ ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଗୋଇମୁଣ୍ଡ ପଞ୍ଚାୟତ ଭୋଇପଡ଼ା ଗ୍ରାମର ମୋହିତ ସରାଫ(୨୭) । ଭୋଇପଡ଼ା ନିକଟସ୍ଥ ଗୁରୁଣ୍ଡା ଗ୍ରାମର ଜଣେ ଆଦିବାସୀ ଯୁବତୀ (ଏବେ ୨୬ବର୍ଷ) ନବମ ଶ୍ରେଣୀରେ ପାଠ ପଢୁଥିବା ସମୟରୁ ହିଁ ଅଭିଯୁକ୍ତ ମୋହିତ ସରାଫଙ୍କ ସହ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା । ଛାତ୍ରୀରୁ ଯୁବତୀ ହେବା ପରେ ଉଭୟଙ୍କ ମଧ୍ୟରେ ଆହୁରି ପରସ୍ପରକୁ ଭଲ ପାଇବା ସୃଷ୍ଟି ସହ ଉଭୟେ ବହୁ ସ୍ଥାନକୁ ଯାଇ ବୁଲାବୁଲି କରିବା ସମୟରେ ସେମାନଙ୍କ ମଧ୍ୟରେ ବାରମ୍ବାର ଶାରୀରିକ ସମ୍ପର୍କ ସ୍ଥାପନ ହୋଇଥିଲା । ବିବାହର ପ୍ରତିଶ୍ରୁତି ଦେଇ ଉଭୟ ରାଜ୍ୟ ତଥା ରାଜ୍ୟ ବାହାରର ବିଭିନ୍ନ ଲଜ୍ ଗୁଡ଼ିକରେ ରାତ୍ରୀଯାପନ କରୁଥିଲେ । ଉଭୟଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ସ୍ଥାପନ ଯୋଗୁଁ ଯୁବତୀଜଣଙ୍କ ବାରମ୍ବାର ଗର୍ଭବତୀ ହୋଇଥିଲେ । ଅଭିଯୁକ୍ତ ମୋହିତ ଯୁବତୀଙ୍କୁ ଔଷଧ ଖୁଆଇ ୪ରୁ ଅଧିକଥର ଗର୍ଭପାତ କରିଥିବା ଯୁବତୀ ସ୍ୱୀକାର କରିଛନ୍ତି । ଯୁବତୀ ଏବେ ମଧ୍ୟ ୩ମାସର ଗର୍ଭବତୀ ଅଛନ୍ତି । ଅଭିଯୁକ୍ତ ମୋହିତ ନିଜେ ଯୁବତୀଙ୍କୁ ଛାଡ଼ି ଅନ୍ୟ ବାହାର କେଉଁଠି ବିବାହ କରିବା ପାଇଁ ଯୋଜନା କରି ଯୁବତୀଙ୍କୁ ଔଷଧ ଖୁଆଇ ପୁଣି ଗର୍ଭପାତ କରିବା ପାଇଁ ଧମକଚମକ ଦେଉଥିଲେ । ଦୀର୍ଘ ୧୦ବର୍ଷ ଧରି ଅଭିଯୁକ୍ତ ମୋହିତ ତାଙ୍କୁ ପ୍ରେମ, ପ୍ରତାରଣା, ଗର୍ଭବତୀ ଓ ଗର୍ଭନଷ୍ଟ କରି ତାଙ୍କ ଜୀବନକୁ ଛିନଭିନ କରିଦେଇଥିବାରୁ ସେ ଅତିଷ୍ଠ ହୋଇ ଶେଷରେ ଥାନାରେ ଏତଲା ଦେଇଥିଲେ । ୩ମାସର ଗର୍ଭବତୀ ଆଦିବାସୀ ଯୁବତୀଙ୍କ ସମ୍ପୂର୍ଣ୍ଣ ଘଟଣାକୁ ଅତ୍ୟନ୍ତ ଗୁରୁତ୍ୱର ସହ ନେଇ ପୁଲିସ କେଶ ନଂ ୧୩୧/୨୬ ମାମଲା ରୁଜ୍ଜୁ କରି ତନାଘନା ତଦନ୍ତ ଆରମ୍ଭ କରିଥିଲା । ପୁଲିସ ଅଭିଯୁକ୍ତ ମୋହିତଙ୍କୁ ଗିରଫ କରିବା ସହ ଉଭୟଙ୍କ ଡାକ୍ତରୀମାଇନା ଓ ଯୁବତୀଙ୍କ ୧୬୪ ବୟାନ ରେକର୍ଡ କରିଥିଲା । ଉଭୟଙ୍କ ଦୀର୍ଘ ୧୦ବର୍ଷର ପ୍ରେମ ସମ୍ପର୍କକୁ ଅଞ୍ଚଳର ସମସ୍ତେ ଜାଣିଥିବାରୁ ଘଟଣାଟି ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି । ଅଧିକ ତଦନ୍ତ ପରେ ଅଭିଯୁକ୍ତ ମୋହିତଙ୍କୁ ପୋକସୋ ମାମଲାରେ ବଲାଙ୍ଗିର କୋର୍ଟ ଚାଲାଣ କରାଯାଇଥିବା ବେଳେ ଜାମିନ ଆବେଦନ ଖାରଜ ହେବାରୁ ତାଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି, ବୋଲି ଥାନା ଆଇଆଇସି ବୁଲୁ ମୁଣ୍ଡା ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.