csstore

ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଏମଆର୍ଜିଂ ଟେକ୍ନୋଲୋଜି ପ୍ରଶିକ୍ଷଣ ଶିବିର

  • “ଡିଜିଟାଲ ଜ୍ଞାନ ଆମକୁ ସ୍ୱାବଲମ୍ବୀ, ସୃଜନଶୀଳ ଓ ନବୋନ୍ମେଷୀ କରେ”

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଗାନ୍ଧୀନଗର ପଡା ସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ସୂଚନା ପ୍ରଯୁକ୍ତି ବିଦ୍ୟା ବିଭାଗ, ଓଡିଶା ପ୍ରୟୋଗ କେନ୍ଦ୍ର (ଓସିଏସି) ଏବଂ ବିଦ୍ୟାଳୟ ଗଣଶିକ୍ଷା ବିଭାଗ ସହଯୋଗ ଏବଂ ପୃଷ୍ଠପୋଷକତାରେ ଓଡିଶା ନଲେଜ କର୍ପୋରେସନ ଲିମିଟେଡ଼ (ଓକେସିଏଲ) ଦ୍ୱାରା ଏମଆର୍ଜିଂ ଟେକ୍ନୋଲୋଜି ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗଙ୍କ ମାର୍ଗଦର୍ଶନରେ ତଥା ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସେବାଶ୍ରୀ ଭୋଇଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମଟି ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ସ୍ୱରୂପା ମଞ୍ଜରୀ ସାମନ୍ତରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଉଦ୍ଘାଟନୀ ସଭାରେ ବଲାଙ୍ଗିର ବ୍ଲକ ଶିକ୍ଷା ଅଧିକାରୀ ନୀଳମଣି ପଟେଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ମୁଖ୍ୟ ଅତିଥି ଶ୍ରୀ ପଟେଲ ନିଜ ବକ୍ତବ୍ୟରେ ଡିଜିଟାଲ ଜ୍ଞାନ ଅର୍ଜନ କରିବା ସହିତ ତାହାକୁ ସଠିକ ଭାବେ ବ୍ୟବହାର କରିବା ଶିଖିବା ଦରକାର । ତେବେ ନିଶ୍ଚିତ ଭାବେ ଆମେ ଏକ ଉଜ୍ଜ୍ଵଳ ଭବିଷ୍ୟତ ଓ ସଫଳ କ୍ୟାରିଅର ଗଢିପାରିବା ବୋଲି ପ୍ରଶିକ୍ଷାର୍ଥୀମାନଙ୍କୁ କହିଥିଲେ । ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସାମନ୍ତରା ନିଜ ବକ୍ତବ୍ୟରେ ଡିଜିଟାଲ ଜ୍ଞାନ ଆମକୁ ସ୍ୱାବଲମ୍ବୀ, ସୃଜନଶୀଳ ଓ ନଵୋନ୍ମେଷୀ କରେ ବୋଲି କହିଥିଲେ । ଏହି ପ୍ରଶିକ୍ଷଣ ଶିବିରରେ ୧୨୦ଜଣ ଛାତ୍ରୀ ଅଂଶଗ୍ରହଣ କରି କୃତ୍ରିମ ବୁଦ୍ଧିମତା, ଇଣ୍ଟରନେଟ ଅଫ୍ ଥିଙ୍ଗସ ରୋବୋଟିକ୍ସ, ସାଇବର ସୁରକ୍ଷା ସହ ଆଧୁନିକ ଡିଜିଟାଲ ଦକ୍ଷତା ଓ ପ୍ରଯୁକ୍ତି ବ୍ୟବହାର ପ୍ରୟୋଗ ଉପରେ ଅବଗତ ହୋଇଥିଲେ । ଟ୍ରେନର ଦେବବ୍ରତ ରଥ, ରମଣ କୁମାର ସାହୁ ଓ ସୁଶାନ୍ତ ବଘାର ପ୍ରଶିକ୍ଷଣ ଦେଇଥିଲେ । ଡିଷ୍ଟ୍ରିଟ ଲିଡ଼ କୋର୍ଡିନେଟର ସଂଜୀବ କୁମାର ପ୍ରଧାନ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । ନୀଳକଣ୍ଠ ବହିଦାର, ଚୂଡ଼ାମଣି ମେହେରଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷା କର୍ମଚାରୀ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.