pakka

ପାଇକମାଲ୍‌ ବିଦ୍ୟୁତ୍‌ ସବ୍‌ଷ୍ଟେସନ୍‌ ପରିସରରେ ପ୍ରଶିକ୍ଷଣ ଶିବିର

bbehera

ପ‌ଦ୍ମପୁର‌, (ନିରୋଜ କୁମାର ପାଣୀ) : ପାଇକମାଲ୍‌ ବିଦ୍ୟୁତ୍‌ ସବ୍‌ଷ୍ଟେସନ୍‌ ପରିସରରେ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ନୂତନ ଭାବରେ ଦାୟିତ୍ୱ ନେଇଥିବା ଟାଟା ପାୱାରା କମ୍ପାନୀର ସେପ୍ଟି ମେନେଜର ଆନନ୍ଦ ଗୈାରବ, ନିଜକୁ ବଞ୍ଚାଇବା ସହିତ ଅନ୍ୟମାନଙ୍କୁ କିପରି ବିଦ୍ୟୁତ ଆଘାତ ଆଦିରୁ ବଞ୍ଚାଇବା ସେ ନେଇ ପ୍ରଶିକ୍ଷଣ ଦେଇଥିଲେ । ଏଥିରେ ପାଇକମାଲ୍‌ ଓ ଝରବନ୍ଧ ସେକସନ୍‌ର ସ୍ଥାୟୀ ଏବଂ ଅସ୍ଥାୟୀ କର୍ମଚାରୀ ୪୦ଜଣ ଭାଗନେଇଥିଲେ । ବିଭାଗୀୟ ଏସ୍‌ଡିଓ ପୁରନ୍ଧର ସାହୁ, ଜେଇ ମନୋଜ କୁମାର ମେହେର, ଅମରେଶ କନ୍ଧ, ବଡ ଶତପଥି ପ୍ରମୁଖ ଯୋଗଦାନ କରିଥିଲେ । ଆଗାମୀ ଦିନରେ କର୍ମଚାରୀ ମାନଙ୍କ ସୁରକ୍ଷା ପାଇଁ ସେପ୍ଟି କିଟ୍‌ ଯୋଗାଇ ଦିଆଯିବ ବୋଲି ଶ୍ରୀ ଗୈାରବ କହିଥିଲେ ।

jay balangir
Leave A Reply

Your email address will not be published.

eight − 4 =