jayashree

ବହ୍ନିକନ୍ୟା ପାର୍ବତୀ ଗିରିଙ୍କ ୯୫ତମ ଜୟନ୍ତୀ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡିଶାର ସୁନାମ ଧନ୍ୟ ସମାଜସେବୀ, ସ୍ବାଧୀନତା ସଂଗ୍ରାମୀ, ବହ୍ନିକନ୍ୟା ପାର୍ବତୀ ଗିରିଙ୍କ ୯୫ତମ ଜୟନ୍ତୀ ଉତ୍ସବ କସ୍ତୁରବା ଗାନ୍ଧୀ ମାତୃନିକେତନ ପରିସରରେ ବୁଧବାର ଅନୁଷ୍ଠିତ ହୋଇ ଯାଇଛି । ଅପରାହ୍ନରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ, ମୁଖ୍ୟବକ୍ତା ଭାବେ ବିନ୍ଧ୍ୟବାସିନୀ +୨ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ୟାମଲାଲ ପ୍ରଧାନ, ସମ୍ମାନିତ ଅତିଥି ଭାବେ ନଗେନ୍ଦ୍ର ପାଣିଗ୍ରାହୀ, ସମାଜସେବୀ ହରିବନ୍ଧୁ ଜେନା ଯୋଗ ଦେଇଥିବା ବେଳେ ଅନୁଷ୍ଠାନର ସଭାନେତ୍ରୀ ସ୍‌ସ୍ୱର୍ଣ୍ଣପ୍ରଭା ପାଣିଗ୍ରାହୀ ସଭାପତି ଦାୟିତ୍ବ ତୁଳାଇଥିଲେ । ଅନୁଷ୍ଠାନର ସୁପରିଣ୍ଟେଣ୍ଡେଣ୍ଟ୍ ନିର୍ମଳ ଗିରି ମଞ୍ଚ ପରିଚାଳନା କରିଥିଲେ । କୋଭିଡ ନିୟମକୁ ପାଳନ କରି ଜୟନ୍ତୀ ଉତ୍ସବ ପାଳନ କରାଯାଇଥିଲା । ଅତିଥିମାନେ ପ୍ରଥମେ ପାର୍ବତୀ ଗିରିଙ୍କ ପ୍ରତିମୃର୍ତ୍ତି ଉପରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ମୁଖ୍ୟ ଅତିଥି ଶ୍ରୀ ପୁରୋହିତ ଅନୁଷ୍ଠାନର ରୀତେଶ ସେଠି, ପିଙ୍କି ମିର୍ଦ୍ଧା, ବନ୍ଦିତା ସାହୁ ଓ ମାମି ମହାନନ୍ଦଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ସଭାରେ ଅନ୍ତେବାସୀଙ୍କ ସହ କମିଟି ସଦସ୍ୟାମାନେ ଓ ସମ୍ପାଦିକା ମମତା ପୁରୋହିତ, ଭାରତୀ ଶତପଥୀ, ଅନିତା ଛତର, ଭାରତୀ ପଟ୍ଟନାୟକ, ମମତା ଦାସ, ଅନୁଷ୍ଠାନ ସଞ୍ଜିବ ଦାସ, ଯଶୋବନ୍ତି ଭୋଇ, ଦୁର୍ୟ୍ୟୋଧନ ତ୍ରିପାଠୀ, ବରିଷ୍ଠ ସାମ୍ବାଦିକ ବଡ ଶତପଥୀ, ସାମ୍ବାଦିକ ସୁରଥ ସାହୁ, ସାମ୍ବାଦିକ ଧିରେନ ମହାନ୍ତି ପ୍ରମୁଖ ଯୋଗଦାନ କରିଥିଲେ । ପୂର୍ବରୁ ଅନୁଷ୍ଠିତ ବାର୍ର୍ଷକ୍ରୀଡାରେ କୃତି ପ୍ରତିଯୋଗୀମାନଙ୍କୁ ଅତିଥି ମାନଙ୍କ ଦ୍ବାରା ପୁରସ୍କୃତ କରାଯାଇଥିଲା । ନିର୍ମଳ ଗିରି ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.