jsm

ପଶ୍ଚିମ ଓଡ଼ିଶାର ଲୋକ ସଂସ୍କୃତି ଏବଂ ଲୋକକଳାକୁ ନୂଆଦିଲ୍ଲୀର ବାଳ ଭବନଠାରେ ପ୍ରଦର୍ଶନ କରି ପ୍ରଶଂସାର ପାତ୍ର ହେଲେ କୁନି କୁନି ଛାତ୍ରଛାତ୍ରୀମାନେ

csstore

ବରଗଡ଼, (ପୁସ୍ତମ ଯୁଆଡି) : ବରଗଡ ଜିଲ୍ଲା ପଦ୍ମପୁର ବ୍ଲକ ଅନ୍ତର୍ଗତ ଦେଉଳି ଗ୍ରାମର ଶିଶୁ କଳାକାର ମାନେ ଗତ ତା ୧୧/୧୧/୨୦୨୨ ରିଖ ଶୁକ୍ରବାର ଦିନ ମହୁଲପାଲି ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିବା ‘ସୁରଭି’ କାର୍ଯ୍ୟକ୍ରମରେ ତାଙ୍କର ଡାଲଖାଇ ନୃତ୍ୟ ପରିବେଷଣ କରି ସର୍ବ ଭାରତୀୟ ସ୍ତରରେ ନୂଆଦିଲ୍ଲୀରେ ହେବାକୁ ଥିବା ଜାତୀୟ ଶିଶୁ ମହୋତ୍ସବରେ ଯୋଗ ଦେବା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ । ଓଡ଼ିଶା ବାଳ ଭବନ ଶିକ୍ଷକ ଏବଂ ଲୋକ ସଂଗୀତ ତଥା ନୃତ୍ୟ ନିର୍ଦ୍ଦେଶକ ସୁରେନ୍ଦ୍ର ସାହୁଙ୍କ ନେତୃତ୍ୱରେ ଏକ ଦଶ ଜଣିଆ ଦଳ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଥିଲେ । ଛାତ୍ରଛାତ୍ରୀ ରଶ୍ମୀ ମାଝୀ, ନିର ସୁନା, କୁସୁମିତା କଲାରୀ, ନିରୁପମା ରାଉତ, ଶୁଭମ ସୁନା, ନିତେଶ ହଂସ, ରାମଚନ୍ଦ୍ର ସୁନା, ଦେଉଳି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଲକ୍ଷ୍ମୀ ମାଝୀ ଓ ଶିକ୍ଷୟିତ୍ରୀ ସୁନିତା ଦାସ, ରିଙ୍କି ବିଶ୍ୱାଲଙ୍କ ସହିତ ଲୋକ ସଂଗୀତ ଗବେଷକ ରମେଶ ଗୁର୍ଲା ଯାଇଥିଲେ । ପଶ୍ଚିମ ଓଡ଼ିଶାର ଲୋକ ସଂସ୍କୃତି ଏବଂ ଲୋକକଳାକୁ କୁନି କୁନି ଛାତ୍ରଛାତ୍ରୀ ମାନେ ନୂଆଦିଲ୍ଲୀର ବାଳ ଭବନଠାରେ ପ୍ରଦର୍ଶନ କରି ପ୍ରଶଂସାର ପାତ୍ର ହୋଇଥିଲେ । ବର୍ତ୍ତମାନ ଆଧୁନିକ ବାଦ୍ୟଯନ୍ତ୍ରର ବ୍ୟାପକତା ପ୍ରଭାବ ଯୋଗୁଁ ଗଁଡାବଜାର ମୌଳିକତାକୁ ବଜାୟ ରଖିବାରେ ଏହି କୁନି କୁନି ଛାତ୍ରଛାତ୍ରୀ ମାନଙ୍କର ପ୍ରଚେଷ୍ଟା ଉଲ୍ଲେଖନୀୟ ହୋଇଥିବା ବେଳେ ଆମର ପଶ୍ଚିମ ଓଡ଼ିଶାର ଲୋକ ବାଦ୍ୟ ଗଁଡାବଜା ତଥା ଡାଲଖାଇ ନୃତ୍ୟକୁ ସମଗ୍ର ଭାରତବର୍ଷରେ ଆନ୍ତର୍ଜାତିକ ସ୍ତରରେ ପ୍ରଚାର ପ୍ରସାର କରିବା ପାଇଁ ସରକାରୀ ସହାୟତା ଏବଂ ପଦକ୍ଷେପ ନିତାନ୍ତ ଆବଶ୍ୟକ ବୋଲି ଲୋକକଳା ଗବେଷକ ତୁଲାରାମ କଲେତ, ଲୋକବାଦ୍ୟ ଗବେଷକ ଭେଲାରାମ କୁମ୍ଭାର ଏବଂ କୋଶଳୀ/ସମ୍ବଲପୁରୀ ଭାଷା ସାହିତ୍ୟିକ ଗାଳ୍ପିକ କ୍ଷେତ୍ରମଣି ବିଭାର ଏବଂ ଗାଳ୍ପିକ ମୁରଲୀ ଶିକା ଆଶା ପୋଷଣ କରିଛନ୍ତି ।

yuvodaya
Leave A Reply

Your email address will not be published.