centurian jitm

ଆମେରିକା ଉପରାଷ୍ଟ୍ରପତି ଏବଂ ତାଙ୍କ ପରିବାରକୁ ଆତିଥେୟ ପ୍ରଦାନ କଲେ ପ୍ରଧାନମନ୍ତ୍ରୀ

• ଫେବୃଆରୀରେ ୱାଶିଂଟନ୍ ଡିସିକୁ ତାଙ୍କର ସଫଳ ଗସ୍ତ ଏବଂ ରାଷ୍ଟ୍ରପତି ଟ୍ରମ୍ପଙ୍କ ସହ ଆଲୋଚନାକୁ ସ୍ମରଣ କଲେ ପ୍ରଧାନମନ୍ତ୍ରୀ
• ଚଳିତ ବର୍ଷ ଫେବୃଆରୀରେ ପ୍ୟାରିସରେ ସେମାନଙ୍କର ବୈଠକ ପରେ, ପ୍ରଧାନମନ୍ତ୍ରୀ ଏବଂ ଉପରାଷ୍ଟ୍ରପତି ଭାନ୍ସ ଦ୍ୱିପାକ୍ଷିକ ସମ୍ପର୍କରେ ଅଗ୍ରଗତିର କଲେ ସମୀକ୍ଷା
• ସେମାନେ ଭାରତ-ଆମେରିକା ଦ୍ୱିପାକ୍ଷିକ ବାଣିଜ୍ୟ ରାଜିନାମାର ଅଗ୍ରଗତି ଏବଂ ଶକ୍ତି, ପ୍ରତିରକ୍ଷା, ରଣନୀତିକ ପ୍ରଯୁକ୍ତି କ୍ଷେତ୍ରରେ ସହଯୋଗ ବୃଦ୍ଧି ଦିଗରେ ପ୍ରୟାସକୁ କଲେ ସ୍ୱାଗତ
• ଉଭୟ ନେତା ପାରସ୍ପରିକ ହିତ ସମ୍ବଳିତ ବିଭିନ୍ନ ଆଞ୍ଚଳିକ ଏବଂ ବୈଶ୍ୱିକ ପ୍ରସଙ୍ଗ ଉପରେ କଲେ ମତ ବିନିମୟ
• ଉପରାଷ୍ଟ୍ରପତି ଏବଂ ତାଙ୍କ ପରିବାରକୁ ଏକ ସୁଖଦ ରହଣି ପାଇଁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ
• ରାଷ୍ଟ୍ରପତି ଟ୍ରମ୍ପଙ୍କ ଉଦ୍ଦେଶ୍ୟରେ ଶୁଭକାମନା ଜଣାଇବା ସହିତ ଚଳିତ ବର୍ଷ ଶେଷ ଭାଗରେ ତାଙ୍କର ଭାରତ ଗସ୍ତକୁ ଅପେକ୍ଷା କରିଥିବା କହିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକାର ଉପରାଷ୍ଟ୍ରପତି ଜେ. ଡି. ଭାନ୍ସ, ଦ୍ୱିତୀୟ ମହିଳା ଶ୍ରୀମତୀ ଉଷା ଭାନ୍ସ, ସେମାନଙ୍କ ସନ୍ତାନ ଏବଂ ଆମେରିକା ପ୍ରଶାସନର ବରିଷ୍ଠ ସଦସ୍ୟଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି । ପ୍ରଧାନମନ୍ତ୍ରୀ ଫେବୃଆରୀରେ ତାଙ୍କର ୱାଶିଂଟନ୍ ଡିସି ଗସ୍ତ ଏବଂ ରାଷ୍ଟ୍ରପତି ଟ୍ରମ୍ପଙ୍କ ସହ ତାଙ୍କର ଫଳପ୍ରଦ ଆଲୋଚନାକୁ ସ୍ମରଣ କରିଥିଲେ । ଏହା ମେକ୍ ଆମେରିକା ଗ୍ରେଟ୍ ଏଗେନ୍ (ଏମ୍‌ଏଜିଏ) ଏବଂ ବିକଶିତ ଭାରତ ୨୦୪୭ର ଶକ୍ତିକୁ ଉପଯୋଗ କରି ଭାରତ ଏବଂ ଆମେରିକା ମଧ୍ୟରେ ଘନିଷ୍ଠ ସହଯୋଗ ପାଇଁ ରୋଡମ୍ୟାପ୍ ପ୍ରସ୍ତୁତ କରିଥିଲା । ପ୍ରଧାନମନ୍ତ୍ରୀ ଏବଂ ଉପରାଷ୍ଟ୍ରପତି ଭାନ୍ସ ଦ୍ୱିପାକ୍ଷିକ ସହଯୋଗର ବିଭିନ୍ନ କ୍ଷେତ୍ରରେ ଅଗ୍ରଗତିର ସମୀକ୍ଷା ଏବଂ ସକାରାତ୍ମକ ମୂଲ୍ୟାଙ୍କନ କରିଥିଲେ । ଦୁଇ ଦେଶର ଲୋକଙ୍କ କଲ୍ୟାଣ ଉପରେ ଧ୍ୟାନ କେନ୍ଦ୍ରିତ କରି ପାରସ୍ପରିକ ଲାଭପ୍ରଦ ଭାରତ-ଆମେରିକା ଦ୍ୱିପାକ୍ଷିକ ବାଣିଜ୍ୟ ରାଜିନାମା ପାଇଁ ଆଲୋଚନାରେ ଉଲ୍ଲେଖନୀୟ ଅଗ୍ରଗତିକୁ ସେମାନେ ସ୍ୱାଗତ କରିଥିଲେ । ସେହିଭଳି, ଶକ୍ତି, ପ୍ରତିରକ୍ଷା, ରଣନୀତିକ ପ୍ରଯୁକ୍ତି ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ସହଯୋଗ ବୃଦ୍ଧି ଦିଗରେ ନିରନ୍ତର ପ୍ରୟାସ ଉପରେ ସେମାନେ ଗୁରୁତ୍ୱାରୋପ କରିଥିଲେ । ଦୁଇ ନେତା ପାରସ୍ପରିକ ହିତ ସହ ଜଡ଼ିତ ବିଭିନ୍ନ ଆଞ୍ଚଳିକ ଏବଂ ବିଶ୍ୱସ୍ତରୀୟ ପ୍ରସଙ୍ଗ ଉପରେ ମଧ୍ୟ ମତ ବିନିମୟ କରିଥିଲେ ଏବଂ ଆଗକୁ ବଢ଼ିବା ପାଇଁ ଆଲୋଚନା ଓ କୂଟନୀତି ଉପରେ ଗୁରୁତ୍ୱାରୋପ କରିଥିଲେ । ଉପରାଷ୍ଟ୍ରପତି, ଦ୍ୱିତୀୟ ମହିଳା ଏବଂ ସେମାନଙ୍କ ପିଲାମାନଙ୍କୁ ଭାରତରେ ଏକ ସୁଖଦ ଏବଂ ଫଳପ୍ରଦ ରହଣି ପ୍ରଧାନମନ୍ତ୍ରୀ ପାଇଁ ଶୁଭେଚ୍ଛା ଜଣାଇଥିଲେ । ରାଷ୍ଟ୍ରପତି ଟ୍ରମ୍ପଙ୍କ ଉଦ୍ଦେଶ୍ୟରେ ହାର୍ଦ୍ଦିକ ଶୁଭକାମନା ବାର୍ତ୍ତା ଦେବା ସହ ଚଳିତ ବର୍ଷ ଶେଷରେ ତାଙ୍କର ଭାରତ ଗସ୍ତକୁ ସେ ଅପେକ୍ଷା କରି ରହିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

Leave A Reply

Your email address will not be published.