ଅଟୋରିକ୍ସାକୁ ପିଟିଲା ବାଇକ୍ : ୨ ଗୁରୁତର

ଟାଙ୍ଗୀ : ଟାଙ୍ଗୀ ଥାନା ଅଧିନସ୍ଥ ମଙ୍ଗଳାଯୋଡି ରାସ୍ତାରେ ଏକ ଅଟୋରିକ୍ସା ସହ ବାଇକ ଧକ୍କା ହେବା ଫଳରେ ଦୁଇଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଆହତ ଦ୍ୱୟଙ୍କୁ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିବା ପରେ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ସେମାନଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି । ଗୁରୁତର ଦୁଇ ଜଣ ଯୁବକ ଏହି ଥାନା ଅଧିନସ୍ଥ ସୁନ୍ଦରପୁର କଲୋନୀର ରାକେଶ ସର୍ଦ୍ଧାର ଓ ରାଜେଶ ସର୍ଦ୍ଧାର ବୋଲି ଜଣାପଡିଛି । ବାଇକରେ ଟାଙ୍ଗୀରୁ ସୁନ୍ଦରପୁର ଯାଉଥିବା ବେଳେ ମଙ୍ଗଳାଯୋଡି ରାସ୍ତାର ସାଇ ମନ୍ଦିର ନିକଟରେ ଦୁର୍ଘଟଣାର ଶିକାର ହୋଇଥିବା ଜଣାପଡିଛି ।

Leave A Reply

Your email address will not be published.

four + eighteen =