pakka

ଓଲଟିଲା ପିକ୍ଅପ୍ ଭ୍ୟାନ : ୨ ମୃତ, ୧୨ ଗୁରୁତର

ଧର୍ମଗଡ : କଳାହାଣ୍ଡି ଜିଲ୍ଲା କଲମପୁର- ଥିଆମୂଳ ରାମପୁର ସୀଙ୍ଗାରି ଘାଟିରେ ପିକ୍ଅପ୍ ଭ୍ୟାନ ଓଲଟି ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ ଜଣ ଗୁରୁତର ହୋଇଥିବା ଖବର ମିଳିଛି । ସୂଚନା ଅନୁଯାୟୀ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ସିନ୍ଧିପଦର ପଞ୍ଚାୟତକୁ ପିଡିଏସ ଚାଉଳ ଆଣିବା ପାଇଁ ବର୍ଷିକୋଣା ଗାଁର ଲୋକେ ଏକ ପିକ୍‌ଅପ୍‌ ଭ୍ୟାନରେ ଯାଇଥିଲେ । ସେଠୁ ଚାଉଳ ନେଇ ଫେରିବା ସମୟରେ ସିଙ୍ଗାରି ଘାଟିରେ ଭାରସାମ୍ୟ ହରାଇ ପିକଅପ ଭ୍ୟାନ ଟି ଓଲଟି ପଡିଥିଲା । ଯାହା ଫଳରେ ଘଟଣା ସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ ଜଣ ଗୁରୁତର ହୋଇଥିଲେ । ଖବର ପାଇଁ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଗୁରୁତରମାନଙ୍କୁ କଳମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଥିମଧ୍ୟରୁ ୪ ଜଣଙ୍କ ସ୍ୱାସ୍ଥ୍ୟବସ୍ଥା ଅତି ଗୁରୁତର ହୋଇଥିବାରୁ ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଭବାନୀପାଟଣାକୁ ସ୍ଥାନାନ୍ତର କରାଯାଇଛି ।

Leave A Reply

Your email address will not be published.

eleven + three =