
- ଗାଡ଼ି ସହ ୧୪କେଜି ଗଞ୍ଜେଇ ଜବତ
ଦେଓଗାଁ, (ମନୀଷ କୁମାର ସାହୁ) : ରାଜ୍ୟ ବାହାର ନମ୍ବର ଥିବା ଏକ ଗାଡ଼ିରେ ଗଞ୍ଜେଇ ଭର୍ତ୍ତି କରି ଆଣିଥିବା ବେଳେ ବାଟରେ ପୁଲିସ ଗାଡ଼ିକୁ ଦେଖି ଗଞ୍ଜେଇ ଗାଡି ଛାଡି ମାଫିଆ ଫେରାର ହୋଇଛି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନା ଅଞ୍ଚଳରେ । ତେବେ ଦେଓଗାଁ ପୁଲିସ ପେଟ୍ରୋଲିନ କରୁଥିବା ବେଳେ ତୁଷୁରା ପଟରୁ ବଲାଙ୍ଗିର ଅଭିମୁଖେ ଉପରଝର ରାସ୍ତା ଦେଇ ଯାଉଥିବା ବେଳେ ମହଲାଇ ପଞ୍ଚାୟତର ପାଣ୍ଡେଲ୍ ଛକରେ ଝାରଖଣ୍ଡ ନମ୍ବର ଥିବା କାରକୁ ଛିଡା କରି ଦୁଇଜଣ ଦୌଡି ଫେରାର ହୋଇଯାଇଥିଲେ । କିନ୍ତୁ ସେଠାରେ ଉପସ୍ଥିତ ଥିବା ପୁଲିସ ଟିମ କାବୁ କରିପାରିନଥିଲେ । ପରେ ଗାଡ଼ିକୁ ଯାଞ୍ଚ କରିବା ପରେ ଗାଡ଼ି ଡିକିରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଜଣାପଡ଼ିଥିଲା । ଏନେଇ ମାଜିଷ୍ଟ୍ରେଟ ଭାବେ ଆସିଲା ପରେ ଗାଡ଼ି ଡିକି ଖୋଲି ଗଞ୍ଜେଇକୁ ଓଜନ କରାଯାଇଥିଲା । ଓଜନ ହୋଇଥିବା ଗଞ୍ଜେଇର ପରିଣାମ ୧୪କେଜି ହୋଇଥିବା ଦେଓଗାଁ ପୁଲିସ ସୂତ୍ରର ସୂଚନା ମିଳିଛି । ଆଜିର ଏହି ଚଢ଼ାଉରେ ଆଇଆଇସି ୨ ରଞ୍ଜିତ ପଧାନ, ଏସଆଇ ଦୀପକ ଡୁମଡୁମଙ୍କ ସହ ଦେଓଗାଁ ପୁଲିସ ଟିମ ସାମିଲ ହୋଇଥିଲେ ।

