jsm

ତ୍ରିବେଣୀ ସାରସ୍ୱତ ସନ୍ଧାନ ତରଫରୁ କବିତା ପାଠୋତ୍ସବ

csstore

ଲୋଇସିଂହା, (କେପିଏନ୍‌ଏସ୍‌) : ସ୍ଥାନୀୟ ଆଦିବାସୀ ଭବନ ଠାରେ ତ୍ରିବେଣୀ ସାରସ୍ୱତ ସନ୍ଧାନ ପକ୍ଷରୁ ଏକ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି । ତ୍ରିବେଣୀ ସନ୍ଧାନ ଅନୁଷ୍ଠାନର ସଭାପତି ଟିକେଚନ ରାୟଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ କବି ମାୟାଧର ତାଣ୍ଡି ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ପ୍ରେମାନନ୍ଦ ନନ୍ଦ ସମ୍ମାନିତ ଅତିଥି ଭାବେ ବାବା ରାମଶରଣ ଦାସ ଏବଂ କବି ଧର୍ମସିଂହ ମିଶ୍ର ଯୋଗ ଦେଇଥିଲେ । କବି ହେଉଛନ୍ତି ଦ୍ଵିତୀୟ ବ୍ରହ୍ମା, କବି କଲମ ମୁନରେ ମଣିଷ ଜାତିକୁ ସଚେତନତା ବାର୍ତ୍ତା ଦେଖାଇଥାଏ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ବଲାଙ୍ଗିର, ବରଗଡ, ସୋନପୁର କୋରାପୁଟ ସମ୍ବଲପୁରରୁ ଷାଠିଏରୁ ଅଧିକ କବି ଯୋଗଦେଇ ସ୍ଵରଚିତ କବିତା ପାଠ କରିଥିଲେ । ସସ୍ମିତା ସାହୁ, ଗୌରିଶଙ୍କର ସାହୁ ଏବଂ ବିବୁଲ ମହାକୁର କବିତା ସଂଯୋଜନା କରିଥିଲେ । ଜ୍ୟୋତିପ୍ରକାଶ ସାହୁ ଅତିଥି ପରିଚୟ ପ୍ରଦାନ କରିବା ସହ ସଭା ପରିଚାଳନା କରିଥିଲେ । ବିଭିନ୍ନ କ୍ଷେତ୍ରରେ ପାରିଦର୍ଶିତା ଲାଭ କରିଥିବା ପାଞ୍ଚ ଜଣ ବ୍ୟକ୍ତି ବିଶେଷଙ୍କୁ ଅନୁଷ୍ଠାନ ପକ୍ଷରୁ ମାନପତ୍ର ଏବଂ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା । ଶେଷରେ ଉପସଭାପତି ରାମଚନ୍ଦ୍ର ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ ।

yuvodaya
Leave A Reply

Your email address will not be published.