pakka

ମଦନପୁର ଓଡିଶା ଆଦର୍ଶ ବିଦ୍ୟାଳୟରେ ଦଶମ ପାସ ହାର ୯୭.୭୩% ଓ ଯୁକ୍ତ ଦୁଇରେ ଶତ ପ୍ରତିଶତ

bbehera

କଳାହାଣ୍ଡି, (ପି. କେ.ସାହୁ), କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ମଦନପୁର ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟରେ ସିବିଏସ୍‌ଇ ପରୀକ୍ଷାରେ ଯୁକ୍ତ ଦୁଇ ରେଜଲ୍ଟ ଶତ ପତିସତ ଥିବା ବେଳେ ଦଶମ ଶ୍ରେଣୀ ରେଜଲ୍ଟ ୯୭.୭୩% ଅଛି । ଯୁକ୍ତ ଦୁଇରେ ସୁପ୍ରିୟା ନାୟକ ସର୍ବାଧିକ ୯୨.୨% ମାର୍କ ରଖି ଟପ୍ପର ଓ ଦଶମରେ ଝୁନୁ ସୁନା ଓ ଜୋସନା ରାଣୀ ସାହୁ ଉଭୟ ସର୍ବାଧିକ ୯୬.୮% ମାର୍କ ରଖି ଟପ୍ପର ହୋଇଛନ୍ତି ।ଏନେଇ ବିଦ୍ୟାଳୟର ଅଧ୍ୟକ୍ଷ ତୁଷାରକାନ୍ତ ମହାପାତ୍ର ପ୍ରକାଶ କରିଛନ୍ତି । ମିଳିଥିବା ସୂଚନା ଅନୁସାରେ ଏ ବର୍ଷ ଦଶମ ଶ୍ରେଣୀରେ ୪୩ ଜଣ ଛାତ୍ର ଓ ୪୪ ଜଣ ଛାତ୍ରୀ ମୋଟ ୮୭ ଜଣ ଓ ଯୁକ୍ତ ଦୁଇରେ ୬୨ ଜଣ ଛାତ୍ର ଓ ୬୨ ଜଣ ମୋଟ ୧୨୨ ଜଣ ଛାତ୍ର/ଛାତ୍ରୀ ଥିଲେ । ଦଶମରେ ଶ୍ରୀୟା ଆଚର୍ଯ୍ୟ ୯୪.୮%, ରଶ୍ମିତା ସାମନ୍ତରାୟ ୯୪.୮%, ଶୀତଳ ରଶ୍ମିତା ପଟନାୟକ ୯୧% ଓ ଜ୍ଞାନ ରଞ୍ଜନ ନାୟକ ୯୦% ପ୍ରତିଶତ ମାର୍କ ରଖି ଥିବା ବେଳେ, ଯୁକ୍ତ ଦୁଇରେ ପ୍ରିୟବତୀ ଛତ୍ରୀଆ ୯୧.୬%, ରୋଜାଳିନ ପଧାନ ଓ ଶୈଳେନ୍ଦ୍ରା ପାଣିଗ୍ରାହୀ ଉଭୟ ୯୧.୪%, ସସ୍ମିତା ସାମନ୍ତରାୟ ୯୧.୨%, ପ୍ରିୟାନସୁ ସାହୁ ୯୧% ମାର୍କ ରଖିଛନ୍ତି ।

jay balangir
Leave A Reply

Your email address will not be published.

9 + 15 =

error: Content is protected !!