oom

ଗୁଡିଘାଟ ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ର ଆୟୁଷ ଡାକ୍ତରଙ୍କ କଳାବ୍ୟାଜ୍ ପିନ୍ଧି ପ୍ରତିବାଦ

jsmm

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲାର ବିଭିନ୍ନ ପିଏଚ୍‌ସି ଓ ସିଏଚ୍‌ସିମାନଙ୍କରେ କାର୍ଯ୍ୟରତ ଆୟୁଷ ଡାକ୍ତରମାନେ ଶୁକ୍ରବାରଠାରୁ କଳାବ୍ୟାଜ୍ ପିନ୍ଧି କାର୍ଯ୍ୟ କରୁଛନ୍ତି। । ସେମାନେ ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ଏଭଳି କଳାବ୍ୟାଜ୍ ପିନ୍ଧି କାର୍ଯ୍ୟ କରିବେ । ଦୀର୍ଘ ୧୭ବର୍ଷରୁ ଅଧିକ ସମୟ ହେବ ଠିକା କର୍ମଚାରୀ ହିସାବରେ ଏମାନେ କାମ କରିଆସୁଛନ୍ତି ଏବଂ ଏ ପର୍ଯ୍ୟନ୍ତ ସରକାରୀ ସ୍ତରରେ ଚାକିରି ନିୟମିତ ଦିଗରେ କୌଣସି ଯୋଜନା ହୋଇନାହିଁ । ତେଣୁ ଏହାକୁ ପ୍ରତିବାଦ କରି ଆସନ୍ତା ୨୭ ତାରିଖରୁ ଅଲ୍‌ ଓଡ଼ିଶା ଆୟୁଷ ଡାକ୍ତର ଆସୋସିଏସନର ଆହ୍ୱାନ କ୍ରମେ ଭୁନେଶ୍ଵରଠାରେ ଧାରଣାରେ ବସିବା ପାଇଁ ବଲାଙ୍ଗିର ଜିଲ୍ଲାପାଳ ଏବଂ ସିଡିଏମ୍‌ଓଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଦେଇଛନ୍ତି । ଭାରତୀୟ ଚିକିତ୍ସା ପଦ୍ଧତିକୁ ଅଗ୍ରାଧିକାର ଦେଇଆସୁଥିବା ବର୍ତ୍ତମାନର ସରକାର ନିଶ୍ଚିତ ଭାବେ ସବୁ ଦାବିକୁ ଗୁରୁତ୍ତ୍ୱପୂର୍ଣ୍ଣ ଭାବେ ବିଚାରକୁ ନେଇ ନ୍ୟାୟ ଦେବେ ବାଲି ସଂଘ ପକ୍ଷରୁ ଆଶା ପୋଷଣ କରାଯାଇଛି । ଅନ୍ୟପକ୍ଷରେ ବିଗତ ୧୦ତାରିଖରୁ ଏନ୍‌ଏଚ୍‌ଏମ୍‌ ପରିଚାଳନା କର୍ମଚାରୀମାନେ ବିଭିନ୍ନ ଦାବିରେ କାର୍ଯ୍ୟ ବନ୍ଦ ଡାକରା ଦେଇଥିବାରୁ ସମସ୍ତ ପ୍ରକାର ସ୍ୱାସ୍ଥ୍ୟ ସେବା ବିଶେଷ ପ୍ରଭାବିତ ହୋଇଥିବା ବେଳେ ଆୟୁଷ ଡାକ୍ତରମାନେ କାର୍ଯ୍ୟବନ୍ଦ କଲେ ଜିଲ୍ଲାର ସ୍ୱାସ୍ଥ୍ୟବସ୍ଥା ବହୁ ମାତ୍ରାରେ ବିପର୍ଯ୍ୟସ୍ତ ହୋଇପଡିବ ବୋଲି କୁହାଯାଇଛି । ଏହି କ୍ରମରେ ମୁରିବହାଲ ବ୍ଲକର ଗୁଡିଘାଟ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଆୟୁଷ ଡାକ୍ତର ସୁରଜିତ ପାତ୍ର କଳାବ୍ୟାଜ୍ ପିନ୍ଧି ଏହି ଆନ୍ଦୋଳନରେ ସାମିଲ ହୋଇଥିବା ଜଣାପଡିଛି ।

jittmm
Leave A Reply

Your email address will not be published.